ସାହିତ୍ୟ ଜୀବନ ତରଫରୁ ଶାରଦୀୟ ସଂଖ୍ୟା ପତ୍ରିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଉଦ୍ୟମ କ୍ରମେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତର ବକ୍ସି ବଜାର ଗ୍ରାମରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ଅବସରରେ ସାହିତ୍ୟ ଜୀବନ ମାସିକ ପତ୍ରିକାର ଶାରଦୀୟ ସଂଖ୍ୟା ଉନ୍ମୋଚିତ ହେବାସହ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ସାହିତ୍ୟିକ କ୍ଷମାନିଧି ବେହେରା। ଏହି କବିତା ପାଠୋତ୍ସବରେ ଛାତ୍ର ଛାତ୍ରୀଙ୍କ ସହ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ପରିଶେଷରେ ସାହିତ୍ୟ ଜୀବନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରା ଶାରଦୀୟ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବ ପ୍ରତିଭାଙ୍କୁ ନିଜର କଳା ବିଶ୍ୱରେ ପରିଚିତ କରିବା ପାଇଁ ଆହ୍ବାନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.