ଦୁଇଗୋଟି ବିଦ୍ୟାଳୟ ଦାୟିତ୍ୱରେ ଜଣେ ଶିକ୍ଷକ, ଠିକାଲୋଭ ନା ଅନ୍ୟକିଛି

କୋକସରା ପ୍ରାଥମିକ ଶିକ୍ଷକ ସଙ୍ଘର ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଭିନ୍ନ ସମୟରେ ଦେଖିବାକୁ ମିଳେ ଜଣେ ଶିକ୍ଷକ ଠିକାଦାର ମନୋବୃତି ନେଇ ଯେଉଁ ସ୍କୁଲରେ ନିର୍ମାଣ କାର୍ଯ୍ୟ ହେବ ସେହିସ୍କୁଲ କୁ ଯିବାପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଧରି ସେହିସ୍କୁଲ କୁ ଦାୟିତ୍ୱ ରେ ଯାଆନ୍ତି l ନିଜ କର୍ତ୍ତବ୍ୟ ଶିକ୍ଷାଦାନକୁ ଅବହେଳା କରି ସ୍କୁଲର ନିର୍ମାଣ କାମ ପଛରେ ଜୋକ ପରି ଲାଗିଯାଆନ୍ତି । ଠିକା କାମରେ ଭଲ ଦୁଇ ପଇସା ମିଳୁଥିବାରୁ ସେମାନେ ଡିଇଓ ଲେଭଲରୁ ଧରାଧରି କରି ଯେଉଁ ସ୍ଥାନରେ ନିର୍ମାଣ କାମ ହେଉଛି ସେହି ସ୍ଥାନକୁ ଡେପୁଟେସନରେ ଚାଲି ଯାଉଛନ୍ତି। ବର୍ତ୍ତମାନ ଏହା କେବଳ ସାଧାରଣ ଜନତାଙ୍କ କଥା ହୋଇ ରହିନାହିଁ। ଜଣେ ଶିକ୍ଷକ ଠିକା ଲୋଭରେ କିପରି ଦୁଇଟି ସ୍କୁଲରେ ଅଛନ୍ତି ସେନେଇ ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ। ଅଭିଯୋଗ ଅନୁସାରେ କୁଲେରଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ପାଢ଼ୀ ଗୋତୋମୁଣ୍ଡା ହାଇସ୍କୁଲର ଫାଇବ୍-ଟି ଦାଇତ୍ୱ ତୁଲାଉଛନ୍ତି। ତେବେ ସରକାରଙ୍କ କେଉଁ ନିୟମ ବଳରେ ସେ ଗୋତୋମୁଣ୍ଡା ହାଇସ୍କୁଲର ଫାଇବ୍-ଟି ଦାଇତ୍ୱ ତୁଲାଉଛନ୍ତି ବୋଲି କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପ୍ରଶ୍ନ କରିଛି। ଏହାସହ ସଂଘ କହିଛି ଯେ, ଏହା ପୂର୍ବରୁ ଶ୍ରୀ ପାଢ଼ୀ ସିଜନାଲ ହଷ୍ଟେଲ ନିର୍ମାଣ ଠାରୁ ଆରମ୍ଭ କରି ଯେଉଁଠି ନିର୍ମାଣ କାର୍ଯ୍ୟ ଅଛି ସେହି ସ୍କୁଲମାନକୁ ଡିଇଓ ଲେଭଲରୁ ଡିପ୍ଲୟମେଣ୍ଟ କରାଇ ଡେପୁଟେସନରେ ରହି ନିର୍ମାଣ କାର୍ଯ୍ୟ ତୁଳାଇ ଆସୁଛନ୍ତି। ଅନ୍ୟପକ୍ଷରେ ବୁଦ୍ଧିଜୀବୀମାନଙ୍କ ମତ ହେଲା ନୂତନ ସରକାର ଶିକ୍ଷା ବିଭାଗର ଏପରି କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରାଇବା ଜରୁରୀ ବୋଲି ମନେ କରିଛନ୍ତି। ଏନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ କଲ ରିସିଭ କରିନାହାନ୍ତି। ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମ ମଧ୍ୟ ଫୋନ ଉଠେଇନଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.