ଗୋବର୍ଦ୍ଧନପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରଶାସନର ଦ୍ୱାରସ୍ତ ହେଲେ ୱାର୍ଡ ସଭ୍ୟ ସଭ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚମାନଙ୍କ ବିରୋଧରେ ସିରିଜ ଅନାସ୍ଥା ପ୍ରସ୍ତାବ ଅଭିଯୋଗ ଜାରି ରହିଥିବାବେଳେ ଏଥିରେ ସାମିଲ ହୋଇଛି ଲାଞ୍ଜିଗଡ଼ ବ୍ଲକ। ବ୍ଲକର ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀଙ୍କ ନାଁରେ ଉଠିଛି ସଙ୍ଗୀନ ଅଭିଯୋଗ। ପଞ୍ଚାୟତିରାଜ ଆଇନର ଖୋଲାଖୋଲି ଉଲ୍ଲଂଘନ ସହିତ ବିଭିନ୍ନ ଆର୍ଥିକ ଅନିୟମିତତା, ଦୁର୍ନୀତିରେ ସଂପୃକ୍ତ ରହିବା, ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ୱାମୀ ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା, ଉନ୍ନୟନମୂଳକ କାର୍ଯ୍ୟରେ ଅବହେଳା, ୱାର୍ଡସଭ୍ୟ, ସଭ୍ୟାମାନଙ୍କୁ ଅଣଦେଖା କରିବା, ମାସିକ ବୈଠକ ଡାକିବାରେ ଅବହେଳା କରିବା ଆଦି ଅଭିଯୋଗରେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ ସମସ୍ତ ସଭ୍ୟ, ସଭ୍ୟାଙ୍କ ବିଶ୍ୱାସ ହରାଇଥିବାରୁ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ଓ ଏଥିପାଇଁ ତାରିଖ ଧାର୍ଯ୍ୟ କରିବାକୁ ୱାର୍ଡ ସଭ୍ୟସଭ୍ୟାମାନେ ଗୁପ୍ତ ବୈଠକରେ ସାମିଲ ହେଉଥିବା ଖବର ସାମ୍ନାକୁ ଆସିଛି। ସରପଞ୍ଚ ଭାବେ ଶ୍ରୀମତୀ ମାଝୀ ଦାୟିତ୍ୱ ନେବା ପରଠାରୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟଗୁଡିକ ଠପ ହୋଇଯାଇଛି। ଲୋକେ ଯେଉଁ ବିଶ୍ୱାସ ନେଇ ଆମକୁ ନିର୍ବାଚିତ କରି ପଠାଇଥିଲେ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ଦୌରାତ୍ମ୍ୟ ଯୋଗୁଁ ସବୁ ଫସର ଫାଟିଯାଇଛି। ଯାହାଫଳରେ ଆମର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରୁନୁ ଆଉ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ମଧ୍ୟ ସାଧିତ ହୋଇପାରୁନି ବୋଲି ଅଭିଯୋଗ ଆଣିଛନ୍ତି ୱାର୍ଡ ସଭ୍ୟ, ସଭ୍ୟା। ତେବେ ଏହି ସମସ୍ତ ଅଭିଯୋଗକୁ ସରପଞ୍ଚ ଶ୍ରୀମତୀ ମାଝୀ ଓ ନିର୍ବାହୀ ଅଧିକାରୀ ଖଣ୍ଡନ କରିବା ସହିତ ସେମାନଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି। ଅପରପକ୍ଷରେ ଏସବୁ ଅଭିଯୋଗକୁ ନେଇ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡାଙ୍କ ନେତୃତ୍ୱରେ ୧୦ରୁ ଅଧିକ ୱାର୍ଡ ସଭ୍ୟ, ସଭ୍ୟା କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ଦେବା ସହିତ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.