କଳାହାଣ୍ଡି କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି କରଣ ସମାଜ ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବରେ ତପନ କୁମାର ସାହାଣୀ ଏବଂ ଧର୍ମପତ୍ନୀ ଗୀତା ସାହାଣୀ ଦାଇତ୍ୱ ନିର୍ବାହ କରିଥିଲେ।

Omkar Vasthu
Omkar Vasthu

ସମାଜର ଶତାଧିକ ସଭ୍ୟ ସଭ୍ୟାଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମାଜର ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ ଏବଂ ମୁଖ୍ୟ ଉପଦେଷ୍ଟା କାଳି ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ସମାଜ କାର୍ଯ୍ୟାଳୟରୁ ବାହାରି ଗାନ୍ଧିଛକ ଏବଂ ମା ମାଣିକେଶ୍ବରୀଙ୍କ ମନ୍ଦିର ହୋଇ ସହର ପରିକ୍ରମା କରି ଭବାନୀଶଙ୍କର ମନ୍ଦିର ସମ୍ମୁଖ ରାଜବନ୍ଧ ଠାରୁ ପବିତ୍ର ଜଳ ନେଇ ପ୍ରତ୍ୟାବର୍ତନ କରିଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାପରେ ସନ୍ଧ୍ୟା ୮ଘଣ୍ଟା ସମୟରେ ବାର୍ଷିକ ଉତ୍ସବ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଶିଶୁ ମାନଙ୍କ ନୃତ୍ୟ ପ୍ରତିଯୋଗିତା ସହ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.