ଆସନ୍ତା ୧୦ ରେ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ମଝିପଡ଼ା ଠାରେ ସାର୍ଵ ଜନୀନ ମହାକାଳୀ ପୂଜା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ମହାନଦୀ ଦଶମତୀ ଘାଟ ରେ ମା ଗଙ୍ଗା ଙ୍କୁ ପୂଜା ଅର୍ଚନା କରିବା ପରେ ପୂଜା କମିଟି ର ସଦସ୍ୟ ଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପ ରେ ପହଞ୍ଚିଥିଲା। ପଦ୍ମନାଭ ପାଢ଼ୀ କର୍ତ୍ତା ଭାବେ ପୂଜାରେ ଭାଗ ନେଇଥିବା ବେଳେ ବୁଲୁ ପୁରୋହିତ ରୀତି ନୀତିରେ ମା କାଳୀ ଙ୍କ ପୂଜା ଓ ଯଜ୍ଞ ପରିଚାଳନା କରିଥିଲେ। ଏହି ଅବସରରେ ମଝିପଡ଼ା ସମେତ ସାରା ସହର ପୂଜାର ସାଜସଜ୍ଵା ଓ ମା ଙ୍କ ଦର୍ଶନ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ଆସନ୍ତା ୧୦ ତାରିଖ ଦିନ ପୂଜା କମିଟି ପକ୍ଷ ରୁ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ ହେବାକୁ ଥିବାବେଳେ ୮ ତାରିଖ ସାମୁହିକ ପ୍ରସାଦ ସେବନ ଏଵଂ ୧୨ ତାରିଖ ରେ ସବ-ଜୁନିଅର, ଜୁନିଅର ଓ ସିନିଅର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଭକ୍ତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଆସନ୍ତା ୧୩ ତାରିଖ ଉମାକାନ୍ତ ବାରିକ ଏବଂ ସାଥୀ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉ କି ଯେ ଦୀର୍ଘ ୫୬ ବର୍ଷ ଧରି ସୋନପୁର ରାମଧୁନ କ୍ଲବ ଦ୍ୱାରା ଆୟୋଜିତ ମଝିପଡ଼ା ର ଏହି କାଳୀ ପୂଜା ରେ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟ ଲୋକେ ଏକାଠି ସାମିଲ ହୋଇ ଉତ୍ସବ ମନାଇଥାନ୍ତି।