ନର୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଭିନ୍ନ କ୍ଷମ ପୁନର୍ବାସ କେନ୍ଦ୍ର ଅଧକାରୀ ବିରେନ୍ଦ୍ର କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଡିଓ ରିପୁନାଥ ସୁନା, ସମ୍ମାନିତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ଜିଲ୍ଲା ଅଧିକାରୀ ଶ୍ରୀ କହଁର ସ୍ୱଗାତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ବୃନ୍ଦ ମାର୍ଗ ଦର୍ଶନ ଦେଇଥିଲେ। ଏହି ଶିବିରରେ ବିଶେଷ କରି ଭିନ୍ନ କ୍ଷମ ପ୍ରମାଣ ପତ୍ର, ବସ ପାସ, ଟ୍ରେନ ପାସ ପାଇଁ ତାଲିକା ଭୁକ୍ତ କରାଯାଇଥିଲା। ତିନି ଚକିଆ (ଟ୍ରାଏ ) ସାଇକେଲ ଦୁଇ ଗୋଟି ଏବଂ ହୁଇଲ ଚେଆର ଦୁଇଗୋଟି ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରାଯାଇଥିଲା। ଶିବିରରେ ପରୀକ୍ଷଣ ପାଇଁ ସର୍ବମୋଟ ୨୨୬ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ ହୋଇଥିଲା। ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ ପାଇଁ ଶ୍ରବଣ ବାଧିତ, ମୁକ ବଧିର ବିଭାଗର ଡାକ୍ତର ଡ଼. ପ୍ରଦ୍ୟୁମ୍ନ ପଣ୍ଡା, ଦୃଷ୍ଟି ବାଧିତ ବିଭାଗର ଡାକ୍ତର ଡ଼. ବିକାଶ ରଞ୍ଜନ ନାଏକ, ଅସ୍ତିଶଲ୍ୟ ବିଭାଗରୁ ଡ଼. ସୁନୀଲ କୁମାର ପାଢ଼ୀ, ମାନସିକ ବିଭାଗରୁ ଡ଼. ଅନନ୍ତ ଚରଣ ମେହେର ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ କରିଥିଲେ। ନର୍ଲା ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୋଗେଶ ନାଏକ, ବିପିସି ଭୋଳାନାଥ ଦାସ, ବିଏଲସି ସନତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପରୀକ୍ଷଣ କରଯାଇଥିବା ଭିନ୍ନକ୍ଷମ ମାନଙ୍କୁ ପ୍ରମାଣ ପତ୍ର ସାଙ୍ଗକୁ ଟ୍ରେନ ପାସ ୨୬, ବସ ପାସ ୪୫ ଜଣଙ୍କୁ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.