କାଶୀନଗର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ଅଷ୍ଟମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମାଙ୍କ ସଭାପତିତ୍ବରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବ୍ଲକର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇ ସମୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ରାଜନୈତିକ ଭେଦଭାବ ଭୁଲି ଏବଂ ସେଥିରୁ ଦୂରରେ ରହି ସରକାରୀ କାର୍ଯ୍ୟରେ ଲୋକଙ୍କୁ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ପକ୍ଷରେ ଜନ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ମାନେ କାର୍ଯ୍ୟକାରୀ ହେଉଥିବା ଯୋଜନା କାର୍ଯ୍ୟକ୍ରମରେ ଅଧିକାରୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ କହିଥିଲେ। 

Omkar Vasthu
Omkar Vasthu

ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୌମ୍ୟ ରଞ୍ଜନ ଦାସ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇ ଥିବା ବେଳେ ଶିଶୁ ବିକାଶ ବିଭାଗ ଅଧିକାରୀ ଶ୍ରୀମତୀ କନକ ଲତା ପୁଜାରୀ ବ୍ଲାକାଞ୍ଚଳରେ ମୋଟ ୨୮୧ ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ସହ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।
ସେହିଭଳି ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ ବ୍ଲକାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ସୁଚାରୁରୂପେ ଚାଲିଥିବା ଓ ବିଭିନ୍ନ ଆବଶ୍ୟକତା ଉପରେ କହି ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ତେଲୁଗୁ ବହି ଯୋଗାଇ ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରା ଯାଇଥିବା ନିରକ୍ଷର ବ୍ୟକ୍ତି ଯେଉଁ ମାନଙ୍କ ବୟସ ୩୫ ବର୍ଷରୁ କମ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସାକ୍ଷର କରିବା ପାଇଁ ଏନବିଏଲପି ଯୋଜନା ମାଧ୍ୟମରେ ପ୍ରୟାସ କରା ଯାଉଥିବା ପ୍ରଭୃତି ସମ୍ପର୍କରେ କହି ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଠିକ୍ ଠାକ୍ ଅଛି ନା ନାହିଁ ସେ ସବୁର ଭିତ୍ତିଭୂମି ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ, ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ଏସ. କଲ୍ୟାଣୀ, ବିଡ଼ିଓ ଶ୍ରୀ ଡମ୍ବରୁଧର ମଲ୍ଲିକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାରାୟଣ ପାଢୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.