ଓଡ଼ିଶା ସରକାରଙ୍କ ପକ୍ଷରୁ ଫକୀରମୋହନ ବିଶ୍ବବିଦ୍ୟାଳୟକୁ ମିଳିଲା ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ସ୍ଥାନୀୟ ପରିବେଶ ସଂରକ୍ଷଣ ଦିଗରେ ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ‘ପ୍ରକୃତି ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା ‘ଗ୍ରୀନ୍ ଚାମ୍ପିଅନ୍ ପୁରସ୍କାର ୨୦୨୧-୨୨’ରେ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ପରିବେଶର ସଂରକ୍ଷଣ ଏବଂ ଗୁଣାତ୍ମକ ଉନ୍ନତି ପାଇଁ ବିଶ୍ୱବିଦ୍ୟାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ବିଶ୍ୱବିଦ୍ୟାଳୟ ପରିସରକୁ ଜୀବାଶ୍ମ ଇନ୍ଧନ ଚାଳିତ ଯାନ ମୁକ୍ତ ଜୋନ୍ ଭାବେ ଘୋଷଣା କରିବା, ବିଶ୍ୱବିଦ୍ୟାଳୟ ପରିସରରେ ସାର୍ବଜନୀନ ପରିବହନ ପାଇଁ ଇ-ରିକ୍ସା ପ୍ରବର୍ତ୍ତନ, ବିଶ୍ୱବିଦ୍ୟାଳୟର ମୁକ୍ତ ସ୍ଥାନକୁ ସବୁଜ ଜୋନ୍ ରେ ପରିଣତ କରିବା, ଦୁର୍ଲଭ, ସ୍ଥାନୀୟ ଏବଂ ବିପନ୍ନ ଉଦ୍ଭିଦ ପ୍ରଜାତି ସଂରକ୍ଷଣ ପାଇଁ ଡ଼କ୍ଟର ଗୋପୀନାଥ ପାଣିଗ୍ରାହୀ ବନସ୍ପତି ଉଦ୍ୟାନ ପ୍ରତିଷ୍ଠା, ଅଣ-କାଠ ଜଙ୍ଗଲ ଉତ୍ପାଦ (ଏନ୍.ଟି.ଏଫ୍.ପି.) ସଂଗ୍ରହାଳୟ, ପ୍ରାଣୀ ସଂଗ୍ରହାଳୟ ପ୍ରତିଷ୍ଠା, କ୍ୟାମ୍ପସରେ ବର୍ଷାଜଳ ଅମଳ, ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ ପଦକ୍ଷେପ, ଜିଆ ଖତ ୟୁନିଟ୍ ଏବଂ ଜୈବିକ ଖତ ୟୁନିଟ୍ ପ୍ରତିଷ୍ଠା, ଶକ୍ତି ବିକଳ୍ପ ଉତ୍ସ ଭାବରେ ସୌର ପ୍ୟାନେଲ ପ୍ରତିଷ୍ଠା ଇତ୍ୟାଦି ଅନ୍ତର୍ଭୁକ୍ତ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାଛଡା ବିଶ୍ୱବିଦ୍ୟାଳୟ ନିୟମିତ ଭାବରେ ଉପକୂଳ ସଫେଇ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଅଭିଯାନ, ପରିବେଶ ସଚେତନତା ଅଭିଯାନ, ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ, ଜୈବିକ ହୋଲି ଉତ୍ସବ ଆୟୋଜନ ଇତ୍ୟାଦି ବାଲେଶ୍ୱର ଏବଂ ଆଖପାଖରେ ଅଞ୍ଚଳରେ କରିଥାଏ। ଏଥିସହିତ ବିଶ୍ୱବିଦ୍ୟାଳୟ ପରିସରରେ ଉପସ୍ଥିତ ଥିବା ପଶୁ ଏବଂ ପକ୍ଷୀଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛି। କୃତ୍ରିମ ଚଢେଇ ବସା, ପଶୁମାନଙ୍କ ଖାଇବା ଏବଂ ପିଇବା ବ୍ୟବସ୍ଥା ତଥା ପ୍ରଜାପତି ଉଦ୍ୟାନ ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆ ଯାଇଥିବା ସବୁଜ ପଦକ୍ଷେପ କେବଳ ସ୍ଥାନୀୟ ପରିବେଶର ସଂରକ୍ଷଣ କରେ ନାହିଁ ବରଂ ଏହା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଥାଏ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ତଥା ସମସ୍ତଙ୍କ ସହଯୋଗ ଯୋଗୁ ବିଶ୍ବବିଦ୍ୟାଳୟ ଏହି ସଫଳତା ହାସଲ କରିପାରିଛି। ଏହି ଅବସରରେ କୁଳପତି ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଆଗାମୀବର୍ଷ ମାନଙ୍କରେ ଏହାକୁ ଆହୁରି ପ୍ରଭାବଯୁକ୍ତ କରିବାକୁ ଉତ୍ସାହିତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.