ସମ୍ପୂର୍ଣ ମରୁଡି ଘୋଷଣା ଦାବିରେ ଚାଷୀ ଆନ୍ଦୋଳନ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ୨୨ ଗୋଟି ପଞ୍ଚାୟତକୁ ମରୁଡ଼ି ଘୋଷଣା କରିବା ଦାବିରେ ଶୁକ୍ରବାର ତହସିଲ ଅଫିସ ଘେରାଉ କରିବା ସହ ଆନ୍ଦୋଳନ କରାଯାଇଛି। କୃଷକ ସଚେତନ ମଞ୍ଚର ସଭାପତି ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ବରେ ଅଞ୍ଚଳର ଚାଷୀମାନେ ଏକତ୍ରିତ ହେବାପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଚାଷୀମାନେ ଧାନକେଣ୍ଡା ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏବଂ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ଦାବି ଗୁଡ଼ିକ ମଧ୍ୟରେ ବ୍ଲକର ୨୨ ଗୋଟି ପଞ୍ଚାୟତକୁ ମରୁଡ଼ି ଘୋଷଣା କରିବା ସହ ଜଳକର ଓ ଖଜଣା ସମ୍ପୂର୍ଣ୍ଣ ଛାଡ଼ କରାଯାଉ, ସମସ୍ତ କୃଷି ଋଣ ଛାଡ଼, କୃଷି ଋଣକୁ ୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଯୋଗାଇ ଦେବା, ସମସ୍ତ ଚାଷୀଙ୍କୁ ଶସ୍ୟ ବିମା ପ୍ରଦାନ, ଗତବର୍ଷ କିଛି ପଞ୍ଚାୟତକୁ ଶସ୍ୟ ବିମା ପ୍ରଦାନ କରିଥିବା ବେଳେ ଅନେକ ଚାଷୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି, କ୍ଷୁଦ୍ର ଜଳ ସେଚନ ସିଉନୀ ଓ ବେହେରା ଡ୍ୟାମ୍ ର ପୁନଃ ଉଦ୍ଧାର, ମେଗା ଲିଫ୍ଟ ପଏଣ୍ଟ ଗୁଡ଼ିକ ଉପଯୁକ୍ତ ସ୍ଥାନରେ ସ୍ଥାନିତ ହୋଇ ନଥିବାରୁ ଠିକ୍ ଭାବରେ ଚାଷୀ ମାନେ ଜଳସେଚନ କରି ପାରୁ ନାହାଁନ୍ତି, ମେଗା ଲିଫ୍ଟ ମୁଖ୍ୟ କେନାଲରେ ସ୍ବତନ୍ତ୍ର ଭାବେ ପଏଣ୍ଟ ଗୁଡ଼ିକ କରାଯାଉ, କୋକସରା ନିର୍ବାଚନ ମଣ୍ଡଳୀ କୁ ପୁନର୍ବାର ଫେରେଇ ଦିଆଯାଉ ଭଲି ୨୪ ଗୋଟି ପ୍ରମୁଖ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ କୃଷକ ସଚେତନ ମଞ୍ଚର ସଭାପତି ସମେତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ନୀଳକଣ୍ଠ ପୁଝାରୀ, ପଙ୍କଜମୁଖ ଚୌଧୁରୀ, ପଞ୍ଚକ ପୋଢ଼, ନୀଳକଣ୍ଠ ମାଝୀ, ରବି ଦାସ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ପ୍ରଧାନୀ ବାଗ, ଚିନ୍ତାମଣି ପଟେଲ, ମୀନକେତନ ପ୍ରଧାନୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, କ୍ଷୀରସିନ୍ଧୁ ବୋଡ଼କିଆ, ହରିଶ୍ଚନ୍ଦ୍ର ନାଏକ, ତିଲୋତ୍ତମା ନାଏକ, କେଶବ ନାଏକ, ଧର୍ମାନନ୍ଦ ନାଏକ ସମେତ ବିଭିନ୍ନ ପଞ୍ଚାୟତରୁ ଚାଷୀ ମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.