ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉଡାଓ” ପକ୍ଷରୁ ଦିନକୁ ଦିନ ବୃଦ୍ଧି ପାଉଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ନିରାଶ୍ରୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ପ୍ରଥମେ ସୁବର୍ଣ୍ଣମେରୁ ନିକଟସ୍ଥ କୁଷ୍ଠାଷ୍ରମର ଅନ୍ତେବାସୀ ଓ ପରେ ବୁଢ଼ାରଜା ସଙ୍ଗଠନ ଠାରେ ଥିବା ନିରଶ୍ରୟମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସଂଗଠନର ମୁଖ୍ୟ ଅରବିନ୍ଦ ବାରିକଙ୍କ ନିଜେ ଦୁସ୍ଥ ତଥା ନିରାଶ୍ରୟଙ୍କ ପାଖରେ ପହଞ୍ଚିବା ସହ ସଂଗଠନର ସଦସ୍ୟ ହିମାଂଶୁ ଗଡ଼ତିଆ, ବଣ୍ଟୁ ଅଗ୍ରୱାଲ, ସନ୍ତୋଷ କୁମାର ମିଶ୍ର, ଜିତେନ୍ଦ୍ର ଜେନା, ଶିବ ପାଟଯୋଶୀ, ନୀରୁପମା ବରଜି ପ୍ରମୁଖ ଏଥିରେ ସାମିଲ ଥିଲେ।