ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବା ଓ ଦୈନିକ ଖବରକାଗଜରେ ସ୍ତମ୍ବ ଲେଖିବା ପାଇଁ ରବିନାରାୟଣ ପଟ୍ଟନାୟକଙ୍କୁ ସେବା ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ପଟ୍ଟନାୟକ ବିଭିନ୍ନ ଦୈନିକ ଖବର କାଗଜରେ ସ୍ତମ୍ଭ ଲେଖିବା ପାଇଁ ବେଶ୍ ପରିଚିତ ଏହା ସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି ।ନିଜେ ରକ୍ତଦାନ କରିବା ଓ ବୃକ୍ଷ ରୋପଣ କରିବା ପାଇଁ ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଠି କରି ପାରିଛନ୍ତି । ଏଥିପାଇଁ ସେ ବେଶ୍ ପ୍ରଶଂସା ପାଇଛନ୍ତି ଏଥି ସହ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଆଗରୁ ମଧ୍ୟ ସମ୍ମାନିତ କରାଯାଇଛି । ସେଥି ମଧ୍ୟରୁ ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ, ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪, ପ୍ରଗତିବାଦୀ ପକ୍ଷରୁ ସୃଜନୀ କାର୍ଯ୍ୟକ୍ରମ ସମ୍ମାନିତ, ସୌଦାମିନୀ ପତ୍ରିକା ତରଫରୁ ସାରସ୍ଵତ ସମ୍ମାନ, ପ୍ରେରଣା ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ସେବା ସମ୍ମାନ, ଲାଇଫ ସେଭର୍ସ ଗ୍ରୁପ୍ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ -୨୦୨୪ ଇତ୍ୟାଦି ସମ୍ମାନ ରେ ସମ୍ମାନିତ ହୋଇସାରିଛନ୍ତି ।