ଇଂରାଜୀ ଭାଷା ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର ଓ ଅଜିମ୍ ପ୍ରେମଜି ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଭବାନୀପାଟଣା ସ୍ଥିତ ପୋଲିସ୍ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ଦିନିଆ ଇଂରାଜୀ ଭାଷା ପ୍ରଶିକ୍ଷଣ ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ତଥା ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଆସି ୪୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କର୍ମଶାଳାରେ ଇଂରାଜୀ ଭାଷାର କଥନ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିଲା। ଏଥିରେ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ପ୍ରଧାନଶିକ୍ଷକ ତଥା ଇଏଲଟିଆଇର ପୂର୍ବତନ ସାଧନ କର୍ମୀ ଝାସକେତନ ପ୍ରଧାନ ତଥା ପ୍ରଶିକ୍ଷକ ଭାବେ ଅନିଲ କୁମାର ଜେନା, ଦେବେନ୍ଦ୍ର ସାମନ୍ତରାୟ (ନବରଙ୍ଗପୁର) ଦୀନବନ୍ଧୁ ମାଝୀ, ଭଗଵାନ ସାହୁ (ମାଲକାନଗିରି), ଯୋଗେନ୍ଦ୍ର ବେହେରା, ଗୋପାଳ ଭବତୋଷ ଦାସ (ନୂଆପଡ଼ା), ଭୁଜବଳ କେତକୀ, ବୈକୁଣ୍ଠ ନାଏକ (କଳାହାଣ୍ଡି) କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ବିଭାଗର ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଏବଂ ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.