କୋଡିଏ ବର୍ଷ ହେଲା ପଲିଥିନ ତଳେ ବିତୁଛି ମିଲାପ ବାଇଙ୍କ ପରିବାରର ଜୀବନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ଯୋଜନା କାହା ସ୍ୱାର୍ଥରେ? ପ୍ରକୃତ ହିତାଧିକାରୀ ମିଳିପାରୁନି ସରକାରୀ ସହାୟତା। ବୟସର ଅପରାହ୍ନରେ ବି ମିଳିପାରୁନି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ। ବର୍ଷା ଖରା ଶୀତ କାକରରେ ଛିଣ୍ଡା ପଲିଥିନ ତଳେ କଟୁଛି ଜୀବନ। ଏଭଳି ଦୟନୀୟ ଅବସ୍ଥାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଅଫିସ ଦୌଡ଼ି ଦୈଡି ହେଇ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ କୋଡିଏ ବର୍ଷ ହେଲା ଏମିତି ପଲିଥିନ ତଳେ ଜୀବନ ବିତାଉଛନ୍ତି ଶତସ୍ତୋରୀ ବର୍ଷୀୟ ମିଲାପ ବାଇଙ୍କ ପରିବାର। ଗରିବକୁ ପକ୍କା ଘର ଯୋଗାଇଦେବା ପାଇଁ ସରକାର ଯୋଜନା କରୁଥିବା ବେଳେ ଏମାନଙ୍କ ପାଇଁ ସାତ ସପନ। ନୂଆପଡ଼ା ଜିଲ୍ଲା ମାଳପଡା ଗାଁର ମିଲାପ ବାଇ ତାଙ୍କ ସ୍ବାମୀ ସହ ୫୦ ବର୍ଷ ହେବ ଚାଲି ଆସି ଜୟପାଟଣାରେ ରହି ଆସୁଛନ୍ତି।ମିଲାପଙ୍କ ପୁଅ ଶାନ୍ତାରାମକୁ ଦୁଇ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀର ମୃତ୍ୟୁ ହୋଇଥଲା। ଏହାପରେ ମିଲାପ ବାଇ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମିଲାପ ସହ ୪୫ ବର୍ଷୀୟ ପୁଅ ଏବଂ ୨୫ ବର୍ଷୀୟ ନାତି ଏହି ପଲିଥିନ ଘରେ ରହୁଥିବା ବେଳେ ନିଜର ଘରଡିହ ଖଣ୍ଡେ ନ ଥିବାରୁ ସରକାରୀ ଘରଖଣ୍ଡେ ମିଳିପାରିନାହିଁ। ଫଳରେ ଏମିତି କଷ୍ଟସାଧ୍ୟ ଜୀବନ କାଟୁଛନ୍ତି ଏହି ଗରୀବ ପରିବାର। ସେପଟେ ସରକାରୀ ସହାୟତା କହିଲେ ମିଲାପ ବାଇଙ୍କୁ ମିଲୁଥିବା ୫ କେଜି ଚାଉଳ ଓ ୧୦୦୦ ଟଙ୍କା ର ଭତ୍ତା, ତାଙ୍କ ପୁଅ ଓ ନାତିଙ୍କ ଆଧାର କାର୍ଡ ହୋଇ ପାରୁନଥିବାରୁ ସେମାନେ ଚାଉଳ ପାଇବରୁ ବଞ୍ଚିତ ହେଉଛନ୍ତି। ଫଳରେ ତିନି ପ୍ରାଣୀ କୁଟୁମ୍ବ ପାଇଁ ପାଞ୍ଚ କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ଏହି ପରିବାର ପାଇଁ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.