ଦିଲ୍ଲୀରେ ବଲାଙ୍ଗିର ଚା ପିଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ଚା ଓ ମୁଢ଼ି, ଏହା ହେଉଛି ଓଡ଼ିଶାର ଲୋକଙ୍କ ଲୋକପ୍ରିୟ ଖାଦ୍ୟ। ସକାଳୁ କପେ ଚା ହେଉ କି ସନ୍ଧ୍ୟାରେ କାଗଜ ଠୁଙ୍ଗାରେ ଠୁଙ୍ଗାଏ ମୁଢ଼ି। ଓଡିଆ ଲୋକଙ୍କ ଭାରି ପ୍ରିୟ। ଏହି ଚା ଓ ମୁଢ଼ି ଏବେ ଦିଲ୍ଲୀର ଲୋକଙ୍କ ମନ ମୋହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଚା ଓ ମୁଢ଼ି ଖାଇ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଆଉ ଏହା କରି ଦେଖିଛନ୍ତି ବଲାଙ୍ଗିର ରବି ଚା ଦୋକାନର ମାଲିକ ସୋମନାଥ ଏବଂ ନକୁଳ ଭୁଜା ଵାଲା। ଗତ କିଛି ଦିନ ତଳେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ଓଡିଶା ପରବ କାର୍ଯ୍ୟକ୍ରମ। ଭାରତର ରାଜଧାନୀରେ ଓଡ଼ିଶାର କଳା, ସଂସ୍କୃତି, ବେଶଭୂଷା, ଖାଦ୍ୟପେୟ ଆଦି ପ୍ରଦର୍ଶିତ ହୋଇଥିଲା। ଏଥିରେ ଭାଗ ନେବାକୁ ଯାଇଥିଲେ ବଲାଙ୍ଗିରର ରବି ଚା ଦୋକାନ ଏବଂ ନକୁଳ ଭୁଜା। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥଙ୍କ ହାତରୁ ଚା ପିଇଥିଲେ। ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନକୁଳ ପ୍ରସ୍ତୁତ କରିଥିବା ଭୁଜା ଖାଇଥିଲେ। ଏହି ଖବର ବଲାଙ୍ଗିରରେ ପ୍ରଚାରିତ ହେବା ପରେ ଖୁସିର ଲହରୀ ଖେଳିଯାଇଥିଲା। ସେମାନେ ଦିଲ୍ଲୀରୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂଗଠନ, ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବଲାଙ୍ଗିରବାସୀଙ୍କୁ ଏଭଳି ଭଲ ପାଇବା ପାଇଁ ସେମାନେ କୃତଜ୍ଞ ବୋଲି କହିଥିଲେ। ସେମାନଙ୍କ ପାଇଁ ବଲାଙ୍ଗିରର ଖାଦ୍ୟପେୟ ଆଜି ଦିଲ୍ଲୀ ଦରବାରରେ ପ୍ରଶଂସିତ ହୋଇଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.