ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମୟରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ରୋଗୀଙ୍କୁ ପରୀକ୍ଷଣ କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଗୁରୁବାର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ଆୟୁଷ୍ମାନ ଆରୋଗ୍ୟ ଶିବିର। ଏଥିରେ ଚର୍ମ ଓ ଯୌନ ରୋଗ ବିଶେଷଜ୍ଞ ଡ଼ାକ୍ତର ଡ. ଶାରଦା ମିଶ୍ର ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନାରୁ ଆସି ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏହି ଶିବିର ସକାଳ ସକାଳ ୮ ଘଣ୍ଟା ରୁ ମଧ୍ୟାହ୍ନ ୧୨.୩୦ ଯାଏଁ ଚାଲିଥିଲା। ଏହି ଶିବିରରେ ନର୍ଲା ଅଞ୍ଚଳର ୫୬ ଜଣ ରୋଗୀ ନିଜ ନାମ ପଞ୍ଜିକୃତ କରି ଚିକିତ୍ସିତ ହୋଇଥିଲେ। ଡାକ୍ତରଖାନା କର୍ମଚାରୀ ସରୋଜ ସାହୁ, କୈବଲ୍ୟ ଥାପା, ରାମେଶ୍ୱର ପୁଝାରୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।