ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ

କବିସନ୍ଧିରେ ଯୋଗଦେଲେ ଶତ୍ରୁଘ୍ନ ପାଣ୍ଡଵ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନାଚକ୍ରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ।

Omkar Vasthu
Omkar Vasthu

ନିଜ ବକ୍ତବ୍ୟରେ ସେ ମେଜର ଗୁରୁପ୍ରସାଦଙ୍କ ଅଧ୍ୟାପନା କାଳର କଥା କହିଥିଲେ। ଗୁରୁପ୍ରସାଦଙ୍କ କବିତାର ବୈଶିଷ୍ଟ୍ୟ ଏବଂ ଆନ୍ତର୍ଜାତିକ କବିତା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ପ୍ରବନ୍ଧ ଉପସ୍ଥାପନ ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ବିଷୟରେ ବର୍ଣ୍ଣନା କରିଥିଲେ ଅଜୟ ସ୍ୱାଇଁ। ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାପରେ ଆୟୋଜିତ ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଡେଇଥିଲେ ବିଶିଷ୍ଟ କବି ଦେବଦାସ ଛୋଟରାୟ। ଗୁରୁପ୍ରସାଦଙ୍କ ଉପରେ ରହିଥିବା ତାଙ୍କ ପତ୍ନୀ ଆଶାମଞ୍ଜରୀ ଦେବୀଙ୍କ ପ୍ରେରଣା ଏବଂ ଉଭୟଙ୍କ ମଧ୍ୟରେ ଚିଠି ଦିଆନିଆ ସମ୍ପର୍କରେ ସେ କହିଥିଲେ। ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ନାରୀଚେତନା ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି। ଉଦଯାପନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ। ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମିର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ।

 

ଏହାପରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡଵ। ସେ କହିଥିଲେ ଯେ ମହାନାୟକ ଶ୍ରୀକୃଷ୍ଣ, ମହାଶ୍ରମଣ ବୁଦ୍ଧ ଏବଂ ଗାନ୍ଧିଜୀ ତାଙ୍କୁ କବିତା ରଚନା ଦିଗରେ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି। ଏହା ସହିତ ସେ ସ୍ୱରଚିତ କବିତା ପାଠ କରିଥିଲେ‌। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ। ସୂଚନାଯୋଗ୍ୟ ଯେ କବି ଶତ୍ରୁଘ୍ନ ପାଣ୍ଡଵ ଶାରଳା ପୁରସ୍କାର ସମେତ ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି।ଉଭୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.