ଭିନ୍ନକ୍ଷମମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂଗଠନ ରେଆର ତରଫରୁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ସହାୟତା ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆଜି ଭିନ୍ନକ୍ଷମ ମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ। ଭିନ୍ନକ୍ଷମଙ୍କ ମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ତଥା ସମସ୍ତଙ୍କ ଅବଦାନ ର ଆବଶ୍ୟକତା ଉପରେ ଗୁରୁତ୍ୱ ରୋପ କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା ଆଲୋଚନାଚକ୍ର ର ଆଭିମୁଖ୍ୟ ଉପସ୍ଥାପନା କରିବା ସହ ଆମର ସାମାଜିକ ଉତ୍ତର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ରେଆର ଉପସଭାପତି ପଦ୍ମିନୀ ବକ୍ସି, ସଦସ୍ୟ ଅମ୍ବୁଜ ବିହାରୀ ଶତପଥି, ହରିପ୍ରିୟା ପାଣିଗ୍ରାହୀ ଯୋଗ ଦେଇଥିଲେ, କାର୍ଯ୍ୟକ୍ରମକୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ କୁଲୁ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ର ସର୍ବଶିକ୍ଷା ଅଭିଯାନର ଆଇଡି ସଂଯୋଜକ, ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ର ପ୍ରତିନିଧି ମାନେ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.