ନର୍ଲା ଚାରି ଛକରେ ସଡକ ଦୁର୍ଘଟଣା: କାରକୁ ପିଟିଲା ବସ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ଏବେ ଦୁର୍ଘଟଣାର କେନ୍ଦ୍ରସ୍ଥଳ ପାଲଟିଛି। ସୋମବାର ରାତି ୧୧ ଟା ରେ ମାଲକାନଗିରି – ବ୍ରହ୍ମପୁର ବସ ଓଡ଼ି ୦୭- ସି ୧୧୧୨ ଚାରି ଛକ ନର୍ଲାରୋଡ ଯିବା ରାସ୍ତା ପଟେ ନର୍ଲାର ସୋନୁ ଚାନ୍ଦଙ୍କ କାର ହ୍ୟୁଣ୍ଡାଇ ଆଇ -୧୦ ଓଡି -୦ ୮ଏସ ୬୨୪୧ ଗାଡିକୁ ପଛ ପଟରୁ ପିଟି ଲୁହାପୋଲ ସହ ଧକ୍କା ହୋଇ ଚୁରମାର ହୋଇଯାଉଛି। ହ୍ୟୁଣ୍ଡାଇ କାରଟି ମଧ୍ୟ ଭବାନୀପାଟଣା ପଟୁ ଆସୁଥିଲା। ନର୍ଲାରୋଡ ପଟେ ମୋଡୁଥିବ ବେଳେ ଅତି କ୍ଷୀପ୍ର ଗତିରେ ମାଡ଼ିଆସୁଥିଵା ବସ କାରକୁ ପଛପଟୁ ଖୁବ ଯୋରରେ ଧକ୍କା ଦେଇ କାରକୁ ବିଦ୍ୟୁତ ଖମ୍ବ ମଧ୍ୟରେ ଚାପି ସାମନାରେ ଥିବା କୁହାପୋଲରେ ପିଟି ହୋଇ ଚୁର ହୋଇଯାଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବସର ସାମନା ପଟ ବସିଥିବା ଦୁଇଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାତି ୧୧.୩୦ ସମୟରେ ନର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏହି ଛକରେ ବାରମ୍ବାର ହେଉଛି ଦୁର୍ଘଟଣା। ଗତବର୍ଷର ଏକ ଟ୍ରକ୍ ଭାରସାମ୍ୟ ହରାଇ କାନ୍ଥ ଭାଙ୍ଗି ଜଡ଼ାଙ୍କ ଘର ଭିତରକୁ ପଶି ଯାଇଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.