ମେଗା ଲିଫ୍ଟରୁ ଜଳ ସେଚନ ଦାବି: ରାଜ ରାସ୍ତାରେ ଗର୍ଜିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରବି ଚାଷ ନିମନ୍ତେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଯୋଗେ ଜଳ ଯୋଗାଣ ଦାବି କରି ଚାଷୀମାନେ ବାରମ୍ବାର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା ପରେ ମଧ୍ୟ କୈାଣସି ନିଷ୍କର୍ଷ ବାହାରି ନାହିଁ। ଯାହାକୁ ନେଇ ଅସନ୍ତୋଷ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ୨୬ ନମ୍ବର ଜାତୀୟ ରାଜପଥର ମୋଟେର ଛକଠାରେ ମଙ୍ଗଳବାର ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।

Omkar Vasthu
Omkar Vasthu

କୋକସରା କୃଷକ ସଚେତନ ମଞ୍ଚର ସଭାପତି ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ଜୟପାଟଣା, ଧର୍ମଗଡ଼ ବ୍ଳକ ଦଣ୍ଡପାଟ ଅଞ୍ଚଳର ଚାଷୀ ସମେତ କୋକସରା ବ୍ଳକର ହଜାର ହଜାର ଚାଷୀ ସକାଳ ୬ଟାରୁ ଆନ୍ଦୋଳନକୁ ଓହ୍ଲାଇ ଜଳ ସେଚନ ଦାବିରେ ରାଜ ରାସ୍ତାରେ ଗର୍ଜିଛନ୍ତି। ଆଇନ ଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା, କୋକସରା ଥାନା ଅଧିକାରିଣୀ ସିଗ୍ଧାରାଣୀ ସୁନାଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଆନ୍ଦୋଳନ ସ୍ଥଳରେ ମୁତୟନ ହୋଇଥିଲେ। ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ, ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ନିଜ ଜିଦରେ ଅଟଳ ରହିଥିବାରୁ ପ୍ରଶାସନ ଆଲୋଚନାରେ ବିଫଳ ହୋଇଥିଲେ। ଅନ୍ୟପଟେ ଚାଷୀ ମାନଙ୍କ ଆନ୍ଦୋଳନକୁ ଇନ୍ଦ୍ରାବତୀ ମେଗା ଲିଫ୍ଟ କତୃପକ୍ଷ ଓ ପ୍ରଶାସନ ଭଣ୍ଡୁର କରିବା ପାଇଁ ବିଭିନ୍ନ ଯୋଜନା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଦିର୍ଘ ସମୟରେ ପରେ ଆନ୍ଦୋଳନ ସ୍ଥଳରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ପହଞ୍ଚି ଥିଲେ। ଏବଂ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗତ ବର୍ଷରୁ ୧୮ ପ୍ରତିଶତ କମ୍ ଜଳସ୍ତର ରହିଥିବାରୁ ଚଳିତ ବର୍ଷ ରବି ଋତୁର ପାଣି ଦେବା ସମ୍ଭବ ନୁହେଁ ବୋଲି କହିବା ସହ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ। ୧୨ ଘଣ୍ଟା ଆନ୍ଦୋଳନ ପରେ ଅସନ୍ତୋଷ ଚାଷୀମାନେ ରାସ୍ତା ଅବରୋଧ ହଟାଇ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଆନ୍ଦୋଳନରେ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଦିଗାମ୍ବର ଦୁରିଆ, ବେଣୁଧର ଦୁର୍ଗା, ଡାକେଶ୍ବର ଲହଜଳ, ଜୟଲାଲ ନାଏକ, ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପଙ୍କଜ ମୁଖ ଚୌଧୁରୀ , ପଞ୍ଚକ ପୋଡ଼, ଅନ୍ତରାମ ବାଣୁଆ, ଲିଙ୍ଗରାଜ ବେହେରା, ରବିନାରାୟଣ ଦାସ, ମଦନ ବେମାଲ, ରମେଶ ସାହୁ ପ୍ରମୁଖ ସହ ଜୟପାଟଣା, ଧର୍ମଗଡ଼ ବ୍ଳକ ଦଣ୍ଡପାଟ ଅଞ୍ଚଳ ଓ କୋକସରା ବ୍ଳକର ୬୨ ଟି ଗ୍ରାମର ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.