ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ବିଦ୍ୟାଭାରତି ଶିକ୍ଷା ବିକାଶ ସମିତି ଦ୍ବାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମଦନପୁର ରାମପୁରର ୩୩ ତମ ବାର୍ଷିକ କ୍ରୀଡା ମହୋତ୍ସବକୁ ମୁଖ୍ୟ ଅତିଥି ଦିବ୍ୟ ରଞ୍ଜନ ଲେଙ୍କା ସହକାରୀ ପଶୁଧନ ଚିକିତ୍ସା ଅଧିକାରୀ ମ.ରାମପୁର ଦୀପ ପ୍ରଜ୍ବଳନ କରି ବାର୍ଷିକ କ୍ରୀଡାର ଶୁଭ ଉଦ୍ଘାଟନ କରିଥିଲେ।

Omkar Vasthu
Omkar Vasthu

ଏହି କ୍ରୀଡା ସମାରୋହରେ ଶିଶୁ ବାଟିକା ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୫୬୩ ଜଣ ଭାଇ ଭଉଣୀ ମୋଟ ୬୨ ଟି ଖେଳରେ ଭାଗ ନେଇ କୃତିତ୍ୱ ପ୍ରତିପାଦିତ କରିଛନ୍ତି। ଏହାକୁ ୫ ଟି ବିଭାଗରେ ଭାଗ ହୋଇଥିଲା। ଏଥିରେ ଦୌଡ଼, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ଲମ୍ବଡିଆଁ, ଉଚ୍ଚଡିଆଁ, ଗୀତ ଚୌକି, ପୁଚି, ପଦବେଶ ଦୌଡ଼, ଦୌଡ଼ିଡିଆଁ, ଧିର ସାଇକେଲ ଚାଳନା ଓ ଆଖା ଦୌଡ଼ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇ ଥିଲା। ଆଜି ମଙ୍ଗଳବାର ତା ୦୩/୧୨/୨୪ ରିଖ ଦିନ ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ସମାଜ ସେବୀ ତଥା ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ସୁଜାତା ଆଚାରୀ, ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ରଜନୀକାନ୍ତ ମହାଖୁଡ, ସଭାପତି ବେଣୁଧର କୁମାର ଓ ପ୍ରଧାନ ଆଚାର୍ଯ୍ୟ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପ୍ରଧାନ ଆଚାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ମୁଖ୍ୟ ଅତିଥି ପ୍ରକାଶ ଚନ୍ଦ୍ର ସାହୁ ଦୀପ ପ୍ରଜ୍ବଳନ କରି ପୁରସ୍କାର ବିତରଣ ସଭା କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ଛାତ୍ର ଜୀବନ ରେ କ୍ରୀଡାର ଆବଶ୍ୟକତା, ପ୍ରତିଯୋଗୀ ମନୋଭାବ ପୋଷଣ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମଞ୍ଚାସିନ ଅତିଥି ମାନେ ନିଜ ନିଜ ଅଭିଭାଷଣ ଦେବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ। ଉକ୍ତ ଦୁଇଦିନିଆ କ୍ରୀଡା ମହୋତ୍ସବରେ ଶିଶୁ ମନ୍ଦିରର ସମସ୍ତ ଗୁରୁମା ଓ ଗୁରୁଜୀ ସକ୍ରିୟ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା ୩୩ ତମ ବାର୍ଷିକ କ୍ରୀଡା ପତାକା ଅବତରଣ କରାଯାଇ ପ୍ରଧାନ ଆଚାର୍ଯ୍ୟ ଙ୍କୁ ସମର୍ପଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୂର୍ଯ୍ୟସେନ ମାହାଖୁଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତ ମାତା କି ଜୟ ଧ୍ୱନି ଦେଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.