ପତିତପାବନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅରେବେଡାର ବିଶ୍ବ ଏଡସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପତିତପାବନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଅରେବେଡାର ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରି ଏଡ଼ସ ବିଷୟରେ ସଚେତନ ସୃଷ୍ଟି କରାଯାଇଥିଲା। ଅଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଯୁବ ରେଡକ୍ରସ୍ ପରାମର୍ଶଦାତା ବିଜୟ କୁମାର କର ଏଡ଼ସ୍ କାରଣ ଓ ନିରାକରଣ ସଂପର୍କର ଆଲୋଚନା କରିଥିଲେ। ଏହି ସଚେତନ ସଭାରେ ଅଧ୍ୟାପକ ତପନ କୁମାର ପଣ୍ଡା, ଅନୀଲ କୁମାର ବେହେରା, ଜୟନ୍ତ କୁମାର ଶତପଥୀ, ଅଧ୍ୟାପିକା ସଂଯୁକ୍ତା ନାଏକ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଗ୍ରନ୍ଥାଗାରିକ ଘାସି ରାମ ଠାକୁର, ଶାରୀରିକ ଶିକ୍ଷକ ସୁନୀଳ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆଶୀଷ କୁମାର ଯୋଶୀ, ତମାଳ ନାଏକ, ଶ୍ୟାମସୁନ୍ଦର ଗୋପାଳ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.