ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ‘ମାସନାଂ ମାର୍ଗଶିରୋହମ’। ଅର୍ଥାତ ସମସ୍ତ ମାସ ମଧ୍ୟରେ ମାର୍ଗଶିର ମୋର ସ୍ୱରୂପ। ଏଣୁ ଏହି ମାସରେ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର ପୂଜା କରିବାର ପରମ୍ପରା ସନାତନ ଧର୍ମଧାରାରେ ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ଏହିମାସରେ ନଦୀରେ ସ୍ନାନର ବିଶେଷ ମହତ୍ୱ ରହିଛି। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ଲାଗି ଧ୍ୟାନ କରିବା ବେଳେ ଭଗବାନ ମାର୍ଗଶିର ମାସରେ ଯମୁନା ନଦୀରେ ସ୍ନାନ କଲେ ମୋତେ ପ୍ରାପ୍ତ କରାଯାଇପାରେ ବୋଲି କହିଥିଲେ। ଏଣୁ ସେବେଠାରୁ ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ପ୍ରଥା ପ୍ରଚଳିତ ରହିଛି। ମାନ୍ୟତା ରହିଛି ଯେ ମାର୍ଗଶୀର ମାସରେ ନିୟମିତ ଭାବରେ ନଦୀରେ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି ମାସରେ ଶଙ୍ଖର ପୂଜା ମଧ୍ୟ କରନ୍ତି। ଏହିମାସରେ ଶ୍ରୀକୃଷ୍ଣଙ୍କ ବାଳ ଗୋପାଳ ରୂପକୁ ଆରାଧନା କଲେ ବିଶେଷ ପୂଣ୍ୟ ପ୍ରାପ୍ତି ହୁଏ।




