ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଆଜି ନେଭି ଡେ, ପରାକ୍ରମ ଦେଖାଇବ ନୌସେନା । ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଯୁଦ୍ଧ କୌଶଳ ଦେଖାଇବେ ନୌବୀର। ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ଟର ଗର୍ଜନରେ କମ୍ପିବ ବେଳାଭୂମି । କଳା କୌଶଳ ଦେଖାଇବ ଫାଇଟର ଜେଟ୍ । ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ ରଣ କୌଶଳ ଦେଖାଇବେ। INM ଜଲସା, ମିସାଇଲ ଡେଷ୍ଟ୍ରୟର INS ଦିଲ୍ଲୀ, INS ଶକ୍ତି ଭଳି ୧୫ଟି ଯୁଦ୍ଧ ଜାହାଜ ସାମିଲ ହୋଇ ପରାକ୍ରମ ଦେଖାଇବେ।
ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମଏସ୍-୬୦ ହେଲିକପ୍ଟର ଦେଖାଇବେ ନୌସେନା ବୀରତ୍ବ। ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ।
ଆଜି ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ପହଁଚିବା ପରେ ଅପରାହ୍ଣ ୪ଟା ୧୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ। ଏହାପରେ ଘଣ୍ଟାଏ ଧରି ଲେଜର ସୋ, ଫାୟାର ସୋ ଓ ଡ୍ରୋନ୍ ସୋ ହେବ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।