ସ୍ବେଛାସେବୀଙ୍କ ପ୍ରୟାସରେ ଦିବ୍ୟାଙ୍ଗ ତନ୍ମୟଙ୍କୁ ମିଳିଲା ହୁଇଲ ଚେୟାର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ ଭଟାଗୁଡା ଗାଁ ର ପାର୍ଥ ଭାଟି ଓ ଜ୍ୟୋତି ଭାଟି ଗତ ୨୦୧୫ ମସିହାରେ ବିବାହ କରିଥିଲେ l ଦୁହିଁଙ୍କ ଔରସରୁ ୨୦୧୬ ମସିହାରେ ଏକ ପୁତ୍ର ସନ୍ତାନ ହୋଇଥିଲା l ହେଲେ ପୁଅ ତନ୍ମୟ ଭାଟି (୧0) ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲା l ଜନ୍ମରୁ ପୋଲିଓ ରେ ଆକ୍ରାନ୍ତ ହେତୁ ହାତ ଗୋଡ କାମ କରୁନାହିଁ l ତାର ଦୈନନ୍ଦିନ କାମ ପାଇଁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାପାଇଁ ତା ମା ବୋହିକି ନିଅନ୍ତି l ଘରେ ଶୌଚାଳୟ ନଥିବାରୁ ବାହାରକୁ ନେଉଥିଲେ ମା l ଗତ କିଛିଦିନ ତଳେ ଏହି ସମସ୍ୟା ବିଷୟରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା ଜାଣିଥିଲେ l ଏହି ସମସ୍ୟା ବିଷୟରେ ଜାଣିବାପରେ ତନ୍ମୟ ଙ୍କ ଘରକୁ ଯାଇ ଶିଶୁ ର ସମସ୍ୟା ବିଷୟରେ ପଚାରି ବୁଝିଥିଲେ l ତାଙ୍କ ମା ଙ୍କ କହିବା ଅନୁସାରେ ତନ୍ମୟ ର ଦିବ୍ୟାଙ୍ଗ ପ୍ରମାଣପାତ୍ର ଥିଲେ ମଧ୍ୟ ଭତା, ହୁଇଲଚେୟାର ମିଳି ନାହିଁ l ପଞ୍ଚାୟତ ପ୍ରତିନିଧି, ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଜଣେଇଥିଲେ ସୁଦ୍ଧା କେବଳ ପ୍ରତିଶୃତି ହିଁ ମିଳିଥିଲା l ଜ୍ୟୋତି ଙ୍କ ତଥ୍ୟ ଅନୁଯାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର କହର ଙ୍କ ସହ ଯୋଗାଯୋଗ କରି ଆଜି ତନ୍ମୟ କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି l ଆସନ୍ତା ମାସରେ ତନ୍ମୟ କୁ ଭତା କିପରି ମିଳିବ ସେ ନେଇ ସମସ୍ତ ବ୍ୟବସ୍ତା କରୁଛନ୍ତି ସ୍ବେଛାସେବୀ l ସ୍ବେଛାସେବୀ ଙ୍କ ଏହିପରି କାର୍ଯକୁ ଗ୍ରାମବାସୀ,ବୁଦ୍ଧିଜୀବୀ ମହଲ ରେ ବେଶ ପ୍ରଶଂସା କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.