ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ‘ଓଡ଼ିଶା ରିସର୍ଚ୍ଚ କନକ୍ଲେଭ-୨୦୨୪’ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ‘ଓଡ଼ିଶା ରିସର୍ଚ୍ଚ କନକ୍ଲେଭ-୨୦୨୪’ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଅନୁସନ୍ଧାନକାରୀ ଏବଂ ଶିଳ୍ପାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଶିଳ୍ପପତିଙ୍କ ମାନଙ୍କ ମଧ୍ୟରେ ଏକ ଅଭିନବ ଅନୁସନ୍ଧାନ ଆଲୋଚନା ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ ଲକ୍ଷ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏହି ତ୍ରିଦିବସୀୟ କନକ୍ଲେଭର ଆୟୋଜନ କରାଯାଉଛି।

Omkar Vasthu
Omkar Vasthu

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରସ୍ତୁତ ବୈଠକରେ ଅଧ୍ୟକ୍ଷତା କରି ଏହି କନକ୍ଲେଭର ସୁପରିଚାଳନା ନିମନ୍ତେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ନେଇ ଗଠିତ ୨୫ଟି କମିଟିର ସଂଯୋଜକ ମାନଙ୍କ ଠାରୁ କାର୍ଯ୍ୟକ୍ରମର ଅଗ୍ରଗତିର ସମସ୍ତ ତଥ୍ଯ ସଂଗ୍ରହ କରଥିଲେ । ଅନୁସନ୍ଧାନକାରୀ ଏବଂ ଉଦ୍ଭାବକମାନଙ୍କ ମଧ୍ଯରେ ସଂଯୋଗ ସ୍ଥାପନ କରିବା, ଜ୍ଞାନ ବିନିମୟକୁ ଉତ୍ସାହିତ କରିବା, ନୂତନ ଚିନ୍ତାଧାରାକୁ ପ୍ରେରଣା ଦେବା ଏବଂ ଅଧିବେଶନ ଏବଂ ନେଟୱାର୍କିଙ୍ଗ ସୁଯୋଗ ମାଧ୍ୟମରେ ଓଡିଶା, ଜାତୀୟ-ଆନ୍ତର୍ଜାତିକ ସ୍ତରରେ ଗବେଷଣା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ଯ ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.