ଜିଲ୍ଲାସ୍ତରୀୟ କୃଷକ ସମାବେଶ ଓ ୮୦୦ ଟଙ୍କା ଇନପୁଟ ରାଶି ପ୍ରଦାନର ଶୁଭାରମ୍ଭ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସ୍ଥାନୀୟ ରୟାଲ ପଡ଼ିଆ ଠାରେ ଓଡିଶା ସରକାରଙ୍କ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ବୃଦ୍ଧି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ କୃଷକ ସମାବେଶ ଆଜି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହା ଜିଲ୍ଲାର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ ବୋଲି ମତ ପ୍ରକାଶ ପାଇଥିଲା। ଅନୁଷ୍ଠିତ ସମାବେଶରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମ ପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲ୍ଲାପାଳ ସୌମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ, କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଏ, ସୋନପୁର ସହକାରୀ ଉପନିବନ୍ଧକ ସମବାୟ ସମିତି ପାଣୁ ଚରଣ ସାହୁ ଓ ବୀରମହାରାଜପୁର୍ ସହକାରୀ ଉପନିବନ୍ଧକ ସମବାୟ ସମିତି ଗିରିଶ ଚନ୍ଦ୍ର ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଓଡିଶା ନିର୍ମାଣ ଲକ୍ଷ୍ୟରେ କୃଷି ଆୟକୁ ଦ୍ବିଗୁଣିତ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଅଂଶୀଦାର ହେବାକୁ କହିଥିଲେ। ଏହି ଅବସରରେ ଜିଲ୍ଲାର ୨ ଜଣ ସଫଳ ଚାଷୀଙ୍କୁ କୃଷି ଯାନ୍ତ୍ରିକକରଣ ସମ୍ପର୍କିତ ସହାୟତା ପ୍ରଦାନ ପୂର୍ବକ ଟ୍ରାକ୍ଟରର ଡେମୋ ଚାବି ପ୍ରଦାନ କରାଯାଇଥିଲା। ଆଜି ବରଗଡ଼ର ସୋହେଲା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟିତ କୃଷି ଉତ୍ସବର ଆଭାସି ପ୍ରସାରଣ କରାଯାଇଥିବା ବେଳେ ଆମ ଜିଲ୍ଲାର ୬ଟି ବ୍ଲକରୁ ଶହଶହ ଚାଷୀ ଜିଲ୍ଲାରେ ଅନୁଷ୍ଠିତ କୃଷକ ସମାବେଶରେ ଅଂଶଗ୍ରହଣ କରିଥିବା ବେଳେ ସମାରୋହରେ ସ୍ଥାନୀୟ ନେତୃବୃନ୍ଦ ତଥା ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ। ସମାରୋହ ଅବସରରେ ଜିଲ୍ଲାର କୃଷକ ମାନଙ୍କୁ ଚାଷୀ ଓ ଚାଷ ସମ୍ପର୍କିତ ବିଭିନ୍ନ ଜ୍ଞାନ କୌଶଳ ତଥା ତତ ସମ୍ୱନ୍ଧୀୟ ବିଶେଷ ସୂଚନା ଓ ସଚେତନ ନିମନ୍ତେ ପ୍ରଦର୍ଶନୀ ମଣ୍ଡପ ସହ ଖାଦ୍ୟ ଷ୍ଟଲର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀଛାତ୍ର ଓ ସାଂସ୍କୃତିକ ସଂଗଠନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। ତରଭା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.