ସିଙ୍ଗାରିଠାରେ ବଙ୍କା ସମାଜର କର୍ମକର୍ତା ଚୟନ ଓ ନିର୍ବାଚନୀ ସଭା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ସିଙ୍ଗାରି ଅଞ୍ଚଳରେ ବଙ୍କା ସମାଜର କର୍ମକର୍ତା ଚୟନ ଓ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।  ସଭା ପ୍ରାରମ୍ଭରେ ମାଁ ଲଙ୍କେଶ୍ୱରୀଙ୍କୁ ପୂଜାର୍ଚନା ହୋଇଥିଲା। ପରେ ସିଙ୍ଗାରି ଅଞ୍ଚଳ ପୂର୍ବ ସଭାପତି ସ୍ବର୍ଗତ ଗୌରାଙ୍ଗ ଦଣ୍ଡସେନାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଯାଇଥିଲା।

Omkar Vasthu
Omkar Vasthu

ସିଙ୍ଗାରି ଅଞ୍ଚଳ ପୂର୍ବତନ ଉପସଭାପତି ବାହାନ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ବିମ୍ବାଧର ପ୍ରଧାନୀ, ବିରେନ୍ଦ୍ର ବେହେରୁକ କଣ୍ଟେଶ୍ୱର ପୂଝାରୀ ଯୋଗଦେଇ ଥିବାବେଳେ ସମ୍ପାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଯାମିନୀକାନ୍ତ ଲେଞ୍ଜିଆ, ସହ ସମ୍ପାଦକ ରାଜେନ୍ଦ୍ର ମହାଲିକ ସମେତ ଗଙ୍ଗା ବିଷ୍ଣୁ ଦଣ୍ଡସେନା, ପୂର୍ବତନ ସଭାପତି ଆନନ୍ଦରାମ ଦଣ୍ଡସେନା,ଚନ୍ଦ୍ରଶେଖର ମାଝୀ, ପ୍ରମୋଦ ପାତ୍ର, ନିର୍ବାଚନ ଅଧିକାରୀ ଘନଶ୍ୟାମ ଚଳାନ, ଧନେଶ୍ୱର ଦଳପତି, ପରିମଳ ଚଳାନ, କୋଷାଧକ୍ଷ ଘାସିରାମ ପାତ୍ର, ଦୁର୍ଜନ ନାଏକ, ଗଗନ ମାଝୀ,ସିଙ୍ଗାରି ଅଞ୍ଚଳ ସମ୍ପାଦକ ସୁଧୀର କୁମାର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ସମାଜର ସଂଗଠନ ସମ୍ପର୍କରେ ଆଲୋଚନା ହେବା ସହ ସାମାଜିକ ଆର୍ଥିକ, ଶିକ୍ଷାର ପ୍ରଗତି, ସମାଜ କେମିତି ଉନ୍ନତିର ଅଗ୍ରଗତି ହେବା ସହିତ କୁସଂସ୍କାର ଅନ୍ଦବିଶ୍ୱକୁ ଦୂରୀକରଣ ନୂତନ ପିଢ଼ି କେମିତି ସଂସ୍କାରୀତ କରିବା ଉପରେ ଉପସ୍ଥିତ ଅତିଥି ମାନେ ବିସ୍ତୃତି ଭାବରେ ଅତିଥି ମାନେ ବୁଝାଇ ଥିଲେ। ତେବେ ସିଙ୍ଗାରି ଅଞ୍ଚଳ କମିଟିର କାର୍ଯ୍ୟକାଳ ପୂରଣ ହୋଇ ସାରିଥିବାରୁ ଏହାର ପୁନର୍ଗଠନ ପାଇଁ ପ୍ରସ୍ତାବ ହୋଇଥିଲା ଓ ନୂତନ କର୍ମକର୍ତା ଚୟନ କରାଯାଇଥିଲା। 

ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ଚନ୍ଦ୍ରଶେଖର ଦଣ୍ଡସେନା, ଉପ ସଭାପତି ତୁଳସୀ ରାମ ପ୍ରଧାନୀ(ମୁନ୍ନା), ସମ୍ପାଦକ ଭାବେ ସୁଧୀର କୁମାର ନାଏକ, ସହ ସମ୍ପାଦକ ମନୋଜ ଗୌଡ଼ବିଶି, କୋଷାଧ୍ୟକ୍ଷ ଭାବେ ବିଦ୍ୟା ଦଣ୍ଡସେନା, ମହିଳା ସଭ୍ୟା ଧରିତ୍ରୀ ଦଣ୍ଡସେନା, ଦୀପାଞ୍ଜଳି ଦଣ୍ଡସେନା, ଜିଲ୍ଲା ସଭ୍ୟ ଅଶୋକ ଦଣ୍ଡସେନା, ନରସିଂହ ଗୌଡ଼ବିଶି ଉପଦେଷ୍ଟା ଭିକାରୀ ଦଣ୍ଡସେନା, ହଳଧର ଗୌଡ଼ବିଶିଙ୍କୁ ଚୟନ କରାଯାଇଥିଲା। ଉକ୍ତ ସଭାରେ ସିଙ୍ଗାରି ଅଞ୍ଚଳର ସମସ୍ତ କର୍ମକର୍ତା ଉପସ୍ଥିତଥିଲେ। କାର୍ଯ୍ୟକ୍ରମକୁ ମନୋଜ ଗୌଡ଼ବିଶି ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.