ଜାନୁୟାରୀ ୨୦ରୁ ବଲାଙ୍ଗିର ଲୋକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଦ୍ଵାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ସଦର ମହକୁମା ସ୍ତିତ ସଂସ୍କୃତି ଭବନରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥର ଜାନୁଆରୀ ୨୦ ରୁ ୨୨ ଯାଏଁ ମହୋତ୍ସବ ଅନୁଷ୍ଠିତ ହେବ। ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର ଙ୍କ ଅଧ୍ୟକ୍ଷତାରେ ହେଇଥିବା ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସମସ୍ତ ଉପସ୍ଥିତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିଥିଲେ।

Omkar Vasthu
Omkar Vasthu

ଜିଲ୍ଲାପାଳ ସ୍ଥାନୀୟ କଳାକାର ଏବଂ ଲୋକ ସଂସ୍କୃତିକୁ ନେଇକି ଲୋକ ଉତ୍ସବ ପାଳନ ହେବାକୁ ପ୍ରତିଶୃତି ଦେଇଛନ୍ତି। ଏକ କୋର କମିଟି ଗଢିବା ସହ ବିଭିନ୍ନ ସବ କମିଟି ଗଠନ ହେଇଥିଲା। ସମସ୍ତ ସବ କମିଟି ର ସଭାପତି ଅଧିକାରୀ ରହିବା ସହ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସହ ସଭାପତି ଭାବେ ମନୋନୀତ ହୋଇଥିଲେ। ପୂର୍ବ ବର୍ଷଗୁଡିକରେ ରହିଥିବା ବ୍ୟକ୍ତି ଙ୍କ ବଦଳରେ ନୂତନ କମିଟି ସହସଭାପତି ବଛା ଯାଇଥିଲା। ଫାଇନାନ୍ସ ସବ କମିଟିର ସହସଭାପତି ଦେବଦତ୍ତ ବେହେରା ମନୋନୀତ ହେଇଥିବା ବେଳେ, ସ୍ମରଣିକା କମିଟି ସହସଭାପତି ରୂପେ ସନ୍ଦୀପ କୁଅଁର, ପବ୍ଲିସିଟି କମିଟି ସହସଭାପତି ଶରତ ଚନ୍ଦ୍ର ମିଶ୍ର, ପଡିଆ ମ୍ୟାନେଜମେଣ୍ଟର ସହସଭାପତି ବିକାଶ ସା, ଖାଦ୍ୟ କମିଟି ସହସଭାପତି ଘନଶ୍ୟାମ ପଶାୟତ, ସେମିନାରର ସହସଭାପତି ସନାତନ ଠାକୁର, ସାଂସ୍କୃତିକ କମିଟି ସହସଭାପତି ବିନୋଦ କାଳସାଇ, ଶ୍ରୀପଦା ଷଡଙ୍ଗୀ, ଷ୍ଟେଜ କମିଟିର ପ୍ରହଲାଦ ଦର୍ଜି ଏବଂ ରିସେପସନ କମିଟିର ଗୋପାଲଜି ପାଣିଗ୍ରାହୀଙ୍କୁ ବଛା ଯାଇଛି। ସର୍ବ ସମ୍ମତି କ୍ରମେ ଏହି କମିଟି ସହସଭାପତି ମନୋନୀତ ହେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ଏହି କମିଟି ସଭାପତି ରହିବେ। ଏହି ସମୟରେ ପଲ୍ଲିଶ୍ରୀ ମେଳା ଏବଂ ବିଭିନ୍ନ ବିଭାଗ ଦ୍ବାରା ପ୍ରଦର୍ଶିତ ଷ୍ଟଲରେ ଲୋକଭିମୁଖୀ ଯୋଜନା ପ୍ରଦର୍ଶିତ କରା ଯିବ। ପାର୍କିଂ ଏବଂ ଟ୍ରାଫିକ ବ୍ୟବସ୍ତା ପୋଲିସ ତରଫରୁ କରାଯିବ। ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ପ୍ରଭାତ ମହାପାତ୍ର , ଡୁଡା ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ୍ଲ କୁଜୂର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଏସଡିପିଓ ପ୍ରଦୀପ ସାହୁ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଦେଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.