ରୁପ୍ରାରୋଡରେ ଜାନୁୟାରୀ ୫ରୁ ଆରମ୍ଭ ହେବ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡରେ କଳାପାହାଡ଼ କ୍ରିକେଟ ଆସୋସିଏସନର ଆୟୋଜନ କ୍ରମେ ଗତ ୩ ବର୍ଷ ହୋଇଗଲା ଅନୁଷ୍ଠିତ ହୋଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଚଳିତ ସିଜନରେ ନୂଆ ବର୍ଷ ଜାନୁୟାରୀ ୫ରୁ ଆୟୋଜିତ ହେବ ରାଜ୍ଯ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା। ଆଜି ସ୍ଥାନୀୟ ଧର୍ମଶାଳା ଠାରେ ଅନୁଷ୍ଠାନର ସଭାପତି ରିନେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଉପସଭାପତି ସ୍ଵାଧୀନ ସାହୁ, କୋଷାଧ୍ୟକ୍ଷ ଚନ୍ଦନ ମହାନ୍ତି ଓ ମାଧବ ମାହୁତି, ବରିଷ୍ଠ ସଦସ୍ୟ ସୁଦୀପ୍ତ, ଆକାଶ, ପିଣ୍ଟୁ, ରୋହିତ ପ୍ରମୁଖ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ନୀରଜ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମତାନୁଜାୟୀ ଆସନ୍ତା ଜାନୁୟାରୀ ୫ ନୂଆ ବର୍ଷରୁ ୧୬ ଯାଏଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୭ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ। ଶୃଙ୍ଖଳା ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଟୁର୍ଣ୍ଣାମେଣ୍ଟ ପାଇଁ ପଡିଆକୁ ପ୍ରସ୍ତୁତ କରାଯିବା ଉପରେ ବିଶେଷ ଗୁରୁତ୍ଵ ଦେଇ ପଦକ୍ଷେପ ନେବାକୁ ସଭାପତି ଶ୍ରୀ ଅଗ୍ରୱାଲ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.