ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଆସନ୍ତା ଫେବୃୟାରୀ ମାସ ରେ ହେବାକୁ ଥିବା ସାମୁହିକ ଫେଲେରିଆ ସେବନ ଅଭିଯାନ ୨୦୨୪ କୁ ସଫଳ କରିବା ପାଇଁ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ ସଭାଗୃହଠାରେ ଜିଲ୍ଲା ର ପ୍ରମୁଖ ସରକାରୀ, ବେସରକାରୀ ବିଭାଗ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କମିଟି ଗଠନ ତଥା ଓ ଏହା ପାଇଁ ଲୋକ ସଚେତନତା, ସହ ଭାଗିତା ର ଏକ ବିଶେଷ ଆଲୋଚନା କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଥିଲା। ଉପରୋକ୍ତ କମିଟିରେ ବଲାଙ୍ଗିର ପୌରପାଳିକାର ସବିଶେଷ ସହଯୋଗିତା ପାଇଁ ବଲାଙ୍ଗିର ପୌରପାଳିକା ନିର୍ବାହି ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କୁ ଦାଇତ୍ୱ ହସ୍ତାନ୍ତର କରିବା, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି, ଅତିରିକ୍ତ ଅଧିକାରୀ ପ୍ରଜେକ୍ଟ ମ୍ୟାନେଜର ମୃତ୍ୟଞ୍ଜୟ ମୁଣ୍ଡ, ଅତିରିକ୍ତ ପ୍ରଜେକ୍ଟ ମ୍ୟାନେଜର ରାମାନୁଜ ପଣ୍ଡା, (ଡବ୍ଲୁ ଏଚ ଓ) ର ଆଞ୍ଚଳିକ ପରିଚାଳକ, ଜିଲ୍ଲା ଶିଶୁ ଓ ମାତୃ ବିଭାଗ, ଶିକ୍ଷା ବିଭାଗ, ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ବସ ଚାଳକ ଅନୁଷ୍ଠାନ, ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଓ କନ୍ଧପାଲି ପଡ଼ାଙ୍କ ପ୍ରତକ୍ଷ ତତ୍ତ୍ୱବଧାନ ରେ ଏହି ଅଭିଯାନକୁ କିଭଳି ଶତ ପ୍ରତିଶତ ସଫଳ କରାଯିବ ସେ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ.ପି. ଏମ ରାମାନୁଜ ପଣ୍ଡା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





