ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଅଦ୍ଵୈ କା ଯୋଜନାରେ ସାମିଲ ଥିବା କିଶୋର ଓ କିଶୋରୀ ଙ୍କ ଜ୍ଞାନ ଆହରଣ ପାଇଁ ଆଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଶିକ୍ଷଣ ସଂସ୍ଥାକୁ ନିଆଯାଇଥିଲା l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିଶୁ କଲ୍ୟାଣ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଷ୍ଟେଟ ବ୍ୟାଙ୍କ, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କେନ୍ଦ୍ର,ମିଶନ ଶକ୍ତି ପ୍ରଭୁତି କାର୍ଯ୍ୟାଳୟ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରି ଜ୍ଞାନ ଆହରଣ କରିଥିଲେ l ସମ୍ବଲପୁର ପୌରାଞ୍ଚଳ,ମାନେଶ୍ଵର, ଧନକଉଡା, ରେଙ୍ଗାଲି ବ୍ଲକ ରୁ ୮ ଜଣ କିଶୋରୀ ଓ ୮ ଜଣ କିଶୋର ଥିଲେ l ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ କିଶୋର ନ୍ୟାୟ ଆଇନ୍ ସମ୍ବନ୍ଧରେ, ବର୍ତ୍ତମାନ ଘଟୁଥିବା ଘଟଣା ସମ୍ପର୍କରେ, ଶିଶୁ ଚାଲାଣ, ଶିଶୁ ଅଧିକାର, ବାଲ୍ଯ ବିବାହ, ଶିଶୁ ସୁରକ୍ଷା ସଚେତନତା ଉପରେ ଗୁରୁତ୍ଵ ଦେଇ ସମସ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାପାଇଁ ଆହ୍ଵାନ କରିଥିଲେ l ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ସମାଜ କଲ୍ୟାଣ ଅଧୀକାରିଣୀ ରେଣୁବାଳା ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁଵାସିନୀ ପଟେଲ, ପୂର୍ଣିମା ତ୍ରିପାଠୀ,ସୁଜାତା ଦାସ, ସୁନୀତା ତ୍ରିପାଠୀ, ଅନିତା ନାୟକ, ତୁଳସୀ ଭୋଇ ପ୍ରମୁଖଙ୍କ ସମେତ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ,ସଦସ୍ୟା କବିତା ପଣ୍ଡା, ସଦସ୍ଯ ଯଦୁମଣି କୁମ୍ଭାର, ସଦସ୍ୟ ଶିବ ଶଙ୍କର ନନ୍ଦ,ପ୍ରଦୀପ ମହାକୁଡ଼, କିଶୋର ବାଗ ପ୍ରମୁଖ ଉପସ୍ଥିତ ଥିଲେ।