ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଚତୁର୍ଥ କିର୍ତ୍ତୀଧାରା ରବି ନାରାୟଣ ସ୍ମାରକୀ ବକ୍ତୃତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାକ୍ତନ ବିଶିଷ୍ଟ ପ୍ରଶାସନିକ ଅଧିକାରୀ ତଥା ବାଲେଶ୍ବର ଜିଲ୍ଲାର ଜନପ୍ରିୟ ବ୍ୟକ୍ତିତ୍ୱ ଶ୍ରୀ ରବି ନାରାୟଣଙ୍କ ସ୍ମୃତିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଚତୁର୍ଥ କିର୍ତ୍ତୀଧାରା ସ୍ମାରକୀ ବତ୍କୃତା ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏକ ପ୍ରଧ୍ୟାପନା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ଯବକ୍ତା ଭାବେ ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ, ଏସ.ଆଇ.ଏସ.ର ଡିନ୍ ପ୍ରଫେସର ଶ୍ରୀକାନ୍ତ କୋନ୍ଦାପଲ୍ଲୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ମୁଖ୍ଯ ପ୍ରସଙ୍ଗ “ଚୀନ୍‌ର ଆଣବିକ ବିକାଶ” ସଂପର୍କରେ ବିବିଧ ତଥ୍ଯ ପ୍ରଦାନ ସହ ରବି ନାରାୟଣଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଏଥିସହିତ ସେ ଚୀନ ସହ ଭାରତର ସଂପର୍କ, ଆଣବିକ ଶକ୍ତିର ସଦୁପଯୋଗ ଓ ଦୂରୁପଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷଣର ଆବଶ୍ୟକତା ତଥା ପ୍ରୟୋଗାତ୍ମକ ଜ୍ଞାନକୌଶଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

Omkar Vasthu
Omkar Vasthu

ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ଉଦବୋଧନ ପ୍ରଦାନ କରି ରବି ନାରାୟଣଙ୍କୁ ବାଲେଶ୍ବର ମାଟିର ସୁଯୋଗ୍ଯ ସନ୍ତାନ କହି ଗର୍ବିତ ହେବା ସହ ଓଡ଼ିଶାର ବିକାଶମୂଳକ ମାର୍ଗରେ ତାଙ୍କ ଯୋଗଦାନକୁ ଉପସ୍ଥାପନା କରିଥିଲେ। ଏଥିସହ ଉଦ୍ୟୋଗ, ସାହିତ୍ୟ ତଥା ବିଜ୍ଞାନଗତ ପ୍ରସଙ୍ଗକୁ ନେଇ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ସଂଯୋଜକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟାନ୍ଯ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ଯରେ ଡ଼କ୍ଟର ରୂପ ନାରାୟଣ ଦାସ, ସଭା ଆୟୋଜନର ଉଦ୍ଦେଶ୍ଯ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ରବି ନାରାୟଣଙ୍କ ଜୀବନୀର ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ସଭାକୁ ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ଡ଼କ୍ଟର ଦେବାଶିଷ ପାତ୍ର ସଂଯୋଜନା ଓ ସଂଚାଳନା କରିଥିଲେ। ସାମାଜିକ ବିଜ୍ଞାନ ବିଭାଗ ମୁଖ୍ଯ ଡ଼କ୍ଟର ପବିତ୍ର ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.