ଚତୁର୍ଥ ଦିବସରେ ରେଙ୍ଗାଲି ପଟେଲପଡ଼ା ମହୋତ୍ସବ: ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ କୁଇକେଡ଼ା ପଂଚାୟତ ଅଧୀନରେ ଥିବା ରେଙ୍ଗାଲି ଗ୍ରାମର ଜୟଲକ୍ଷ୍ମୀ କ୍ଲବ ତରଫରୁ ସପ୍ତମ ରେଙ୍ଗାଲି ପଟେଲପଡ଼ା ମହୋତ୍ସବ ମଙ୍ଗଳବାର ଦିନ ଚତୁର୍ଥ ଦିବସରେ ପହଂଚିଛି । ଏହି ମହୋସବକୁ ପଟେଲପଡ଼ା ମହୋତ୍ସବ କମିଟିର ସଭାପତି ଉଦଘାଟନ କରିଥିଲେ । ପ୍ରଥମ ଦିନରେ ସମ୍ବଲପୁରର ଜୋଜୋ ଓ ରୁନାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦ୍ଵିତୀୟ ଦିବସରେ ସମ୍ବଲପୁରର ଜାଲୁ ଓ ସାଥି, ତୃତୀୟ ଓ ଚତୁର୍ଥ ଦିବସରେ ସେଭେନଷ୍ଟାର ଗୃପ ବରଗତ ସାଂସ୍କୃତିକ କାର୍ଯ୍ୟକ୍ର ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ଦିବସରେ ସଇଁତଲା ବ୍ଳକ ସାମ୍ବାଦିକ ସଂଘର ସଭାପତି ତରୁଣ ବେହେରା, ସମ୍ପାଦକ ଆଲୋକ ସାହୁ, ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତି, ରଂଜନ ବାଗ. ପ୍ରମୋଦ ସେଲମା, ରାଖାଲ ପ୍ରସାଦ ଶତପଥ, ପ୍ରଦୀପ ବାଗ, ଭଦ୍ରା ସରଫଚ ରାଜେନ୍ଦ୍ର ଜାନୀ, ଘୁନସରର ପୂର୍ବତନ ସରଫର ସନ୍ତୋଷ ବେହେରା ପ୍ରମୁଖ ଅତିଥ ଭାବରେ ଯୋଗଦେଇଥିଲେ । ପ୍ରତ୍ୟହ ସଂନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜନସାଧାରଣଙ୍କ ମନୋରଂଜନ ପାଇଁ କମିଟି ତରଫରୁ ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବାବେଳେ ଗୌରୀ ଗଣନାଟ୍ୟ ମଧ୍ୟ ନାଟକ ପରିବେଷଣ କରୁଥିବା କମିଟି ସୂତ୍ରରୁ ପ୍ରକାଶ । କାର୍ଯ୍ୟକ୍ରମ ଗୁଡି଼କୁ କୌତୁକ ପଟେଲ ପରିଚାଳନା କରୁଥିବାବେଳେ ପଟେଲ ପଡ଼ା ମହୋତ୍ସବ କମିଟିର ସଭାପତି କ୍ରିଷ୍ଣା ପଟେଲ, ଉପ-ସଭାପତି ପ୍ରମୋଦ ପଟେଲ, ସମ୍ପାଦକ ମହେନ୍ଦ୍ର ପଟେଲ, ସହ-ସମ୍ପାଦକ ଜଗତଲାଲ ପଟେଲ, ସଦସ୍ୟ ରାଜକୁମାର, ନିତାଇ, ରିଂଟୁ, ଫିଟୁ, ସୀତାଂଶୁ, ଆକାଶ, ଜ୍ୟୋତିମୟ ରୋହିତ, ରବିନ୍ଦ୍ର, ଶଶୀ, ଆକାଶ, ବିଷ୍ଣୁ, ଶିଳ୍ପ, ସର୍ଜନ, ପ୍ରଫୁଲ୍ଲ, ବଶିଷ୍ଟ, ଗୋଗୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଏହି ମହୋସବ ୧୩ ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟିର ସଭାପତିଙ୍ଗ ସୂତ୍ରରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.