ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ମଣ୍ଡି ଉଦଘାଟିତ ହୋଇ ସପ୍ତାହେ ହୋଇସାରିଛି। ତେବେ ଆଜି ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠି ପାରୁନାହିଁ। ଭାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାକ୍ସି ଗ୍ରାମର ୬ ଜଣ ଚାଷୀଙ୍କ ଧାନ ୨ ଦିନ ହେଲାଣି ମଣ୍ଡିରେ ପଡି ରହିଛି। ଏହି ମଣ୍ଡିରେ ହୋଇ ପାରୁନି ଚାଷୀଙ୍କ ସମସ୍ୟାର ସମାଧାନ। ପଡି ରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ। ଶୀତ ରାତିରେ ଧାନ ଜଗି ମଣ୍ଡିରେ ରାତି କାଟୁଛନ୍ତି ଚାଷୀ। ଭାନପୁର ମଣ୍ଡିରେ ସ୍ଥାନୀୟ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁଛି। ତେବେ ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ବୁଝାମଣା ହୋଇ ପାରୁନଥିବା କାରଣରୁ ମଣ୍ଡିରୁ ଧାନ ଉଠିପାରୁ ନଥିବା କୁହାଯାଉଛି। ତେଣୁ ଧାନ ଶୀଘ୍ର ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।