ଆରବିଆଇ ତରଫରୁ ମାଣ୍ଡେଲରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଏବଂ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ନର୍ଲା ବ୍ଲକର ମାଣ୍ଡେଲ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ଆର୍ଥିକ ସାକ୍ଷରତା ଏବଂ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସମ୍ମାନିତ ଅତିଥି ଭାବେ ମାଣ୍ଡେଲ ନାଏବ ସରପଞ୍ଚ ସୁଧାଙ୍ଗନା ନାଏକ, ନର୍ଲା ମିଶନ୍ ଶକ୍ତି ବ୍ଲକ ସଂଯୋଜିକା ସବିତା ସେଠୀ, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ୱରୂପା ସାହୁ, ବିନ୍ଦୁଲତା ସାମଲ, ନର୍ଲା ଆଇଆଇଏଫଏଲ ଶାଖା ପରିଚାଳକ ତୃପ୍ତିରୁପା ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ। ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା। ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ। ପ୍ରକାଶ ଚନ୍ଦ୍ର ସାହୁ, ମ.ରାମପୁର ଆଇଆଇଏଫଏଲ ଶାଖା ପରିଚାଳକ ସୁନିଲ ପଧାନ ଓ ପ୍ରମୋଦ କୁମାର ମୁଗ୍ରି ତାଲିମ ପ୍ରଦାନ କରିଥିଲେ। ମିଶନ ଶକ୍ତି ଏମବିକେ ସଂଯୁକ୍ତା ସୁନା, ନର୍ଲା ବ୍ଲକ ସ୍ତରୀୟ ମହାସଂଘର ସମ୍ପାଦିକା ବିନ୍ଦୁଲତା ସାମଲ, ଶାଖା ପରିଚାଳକ ସମ୍ପନ୍ନା, ଆଶିଷ କୁମାର ରଣା, ପୂର୍ଣ୍ଣମୀ ବଗର୍ତ୍ତୀ, ମାମିତା ପୁଝାରୀ, ଉତ୍କଳମଣି ଛତ୍ରିଆ ଏବଂ ମାଣ୍ଡେଲ ଜିପିଏଲଏଫର କର୍ମୀ ଓ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି କର୍ମଶାଳାରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା, ସ୍ଵୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀରୁ ୬୫ଜଣ ସଦସ୍ୟା/ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.