ବିଲର ଧାନଗଛ ଓ ଟ୍ରାକ୍ଟରରେ ଲୋଡ଼ ହୋଇଥିବା ଧାନପେଟା ଖାଇଲେ ହାତୀପଲ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ପାଟଣାଗଡ଼ ବନାଞ୍ଚଳ ତଥା ଟିକ୍ରାପଡ଼ା ବନଖଣ୍ଡ ଅଧିନ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ୧୨ ଟିକିଆ ହାତୀପଲ ରହିଥିବା ବେଳେ ଜଙ୍ଗଲ ସଂଲଗ୍ନ ବିଭିନ୍ନ ଗାଁର ଲୋକେ ଭୀତତ୍ରସ୍ତ ଅବସ୍ଥାରେ ରହିଛନ୍ତି | ହାତୀପଲ ରାତିରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ମଧ୍ୟରୁ ଆସି ଚାଷଜମିର ଫସଲ, ବିଲରେ କଟାଯାଇଥିବା ଧାନ, ଧାନଖରିର ଧାନ ଖାଇଯିବା ସହ କପା, ପନିପରିବା ଗଛ ଦଳିଚକଟି ନଷ୍ଟ କରୁଛନ୍ତି | ଜୁ୍ରାବନ୍ଧ ପଞ୍ଚାୟତ ଅଧିନ ଖର୍ସେଲବାଞ୍ଜି ଗାଁର ଚାଷୀ ରୁଦ୍ର ଧରୁଆଙ୍କ ୧ ଏକରରୁ ଉର୍ଦ୍ଧ୍ୱ ପରିମିତ ବିଲର କଟା ହୋଇନଥିବା ଧାନଗଛକୁ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀପଲ ଖାଇଦେଇଥିବା ଅଭିଯୋଗ ହୋଇଛି | ଘର ପାଖରେ ଧାନ ମଡ଼ାଇବା ପାଇଁ ରୁଦ୍ର ଟ୍ରାକ୍ଟରରେ ମଙ୍ଗଳବାର ଅପରାହ୍ନରେ ୧ ଟ୍ରିପ ଧାନ ପେଟା ଲୋଡ଼ କରିଥିଲେ | ତେବେ ଅନ୍ଧାର ହୋଇଯିବାରୁ ଉକ୍ତ ଟ୍ରାକ୍ଟରକୁ ଘରକୁ ଆଣିନପାରି ବିଲ ମଧ୍ୟରେ ଛାଡ଼ିଦେଇଆସିଥିଲେ | ଟ୍ରାକ୍ଟର ଟ୍ରଲିରେ ଲୋଡ଼ ହୋଇଥିବା ଉକ୍ତ ଧାନପେଟାକୁ ମଧ୍ୟ ହାତୀପଲ ଖାଇଦେଇଥିବା ରୁଦ୍ର କହିଛନ୍ତି | ବହୁ ପରିଶ୍ରମ ଓ ଧାର କରଜ କରି କରିଥିବା ଫସଲକୁ ହାତୀ ଖାଇଥିବା ନେଇ ସେ ଦୁଃଖରେ ଭାଙ୍ଗିପଡିଛନ୍ତି | କ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ କ୍ଷତିପୂରଣ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହେଉଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.