ଭୋଇରମୁଣ୍ଡାରେ ଖୋଲିଲା ଗ୍ରାହକ ସେବା କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ୍ ରେଗଡ଼ା ଗ୍ରାମ ପଞ୍ଚାୟତ ଭୋଇରମୁଣ୍ଡା ଗ୍ରାମରେ ନୂତନ ଗ୍ରାହକ ସେବା ଉତ୍ଘାଟିତ ହୋଇଯାଇଛି। ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଘରେ ଘରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ସଫ୍ଟୱେର ଡେଭଲପର୍ ଠାକୁର୍ ସାହୁ ଓ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡାର ସମ୍ପାଦକ ଆଶୋକ ସାହୁଙ୍କ ମିଳିତ ଗତ ଛଅ ମାସର ପ୍ରୟାସ ଓ ଗଜାନନ ଯୁବକ ସଂଘର ସହଯୋଗରେ ବୁଧବାର ଉଦଘାଟିତ ହୋଇଛି। ଏହାଗ୍ରାମ ତଥା ଅଞ୍ଚଳ ପାଇଁ ଖୁସିର ଖବର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।  ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ଜୋନ-ଖ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଯୋଗଦାନ କରି ଫିତା କାଟି ଏହାର ଉଦଘାଟନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୁପେ ଗ୍ରାହକ ସେବା କେନ୍ଦ୍ର ରାଜ୍ୟ ମୁଖ୍ୟ ଅଧିକାରୀ ଶ୍ରୀକାନ୍ତ ପାତ୍ର, ଯୋରାଡୋବ୍ରା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ସୁରେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ରେଗଡ଼ା ଗ୍ରାମ ପଞ୍ଚାୟତ ନିଳାମ୍ବର ସାହୁଙ୍କ ସମେତ କଦମ ସାହୁ, ଉସ୍ତ ସାହୁ, ଗିରିଧାରୀ ସାହୁ, କୈଳାଶ ସାହୁ, ଧନଶାଗର ସାହୁ ପ୍ରମୁଖ ଯୋଗଦେଇ ଗ୍ରାହକ ସେବା କେନ୍ଦ୍ରର ଆବଶ୍ୟକତା, ବ୍ୟାଙ୍କ୍ କାରବାର, ବିଭିନ୍ନ ଯୋଜନା ସହ ଅନ୍ୟାନ୍ୟ ଅନ୍ ଲାଇନ୍ କାମର ଲାଭ ନେଇହେବ ବୋଲି ମତବ୍ୟକ୍ତ କରିଊ। ଗ୍ରାମବାସୀ, ଗଜାନନ ଯୁବକ ସଂଘ, ସ୍ୱୟଂ ସହାୟିକା ଗୋଷ୍ଠୀ, ଜଳନ୍ଧର ସାହୁ ଓ ଅଶୋକ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଠାକୁର ସାହୁ ଆଗମୀ ଦିନରେ ଲୋକଙ୍କ ପାଇଁ ସେବା ଯୋଗାଇବା ବୋଲି ସଂକଳ୍ପ ନେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.