ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ୨୪ତମ ଆନ୍ତଃ ମହାବିଦ୍ୟାଳୟ ବାର୍ଷିକ ଆଥଲେଟିକ ମିଟ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟରେ ୨୪ ତମ ବାର୍ଷିକ ଆଥଲେଟିକ ମିଟ୍ ୨୦୨୪-୨୫ ଉଦଘାଟିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ଦୁଇଦିନିଆ ଆଥଲେଟିକ ମିଟ୍ କୁ ଆନୁଷ୍ଠାନିକ ଶୁଭାରମ୍ଭ କରି ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଉଦବୋଧନ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟର ଖେଳପଡ଼ିଆକୁ ସୁବ୍ୟବସ୍ଥିତ କରାଯାଇ ଅଂଶଗ୍ରହଣ କରିଥିବା ୨୫ ଟି ମହାବିଦ୍ୟାଳୟର ସମସ୍ତ ଖେଳାଳିଙ୍କ ସମ୍ମିଳନୀ କରାଯାଇଥିଲା । ସମସ୍ତ ଅତିଥି, ଖେଳାଳୀ ଓ ୧୭ ଜଣ ରେଫରୀ ତଥା ନିୟୋଜିତ କର୍ମକର୍ତ୍ତାଙ୍କ ଗହଣରେ ଖେଳର ମଶାଲ ଜଳାଇ ବିଶ୍ୱବିଦ୍ୟାଳୟ ଓ ବାର୍ଷିକ ଆଥଲେଟିକ ସମ୍ମିଳନୀର ପତାକା ଉତ୍ତୋଳନ ସହ କ୍ରୀଡ଼ାଉତ୍ସବକୁ ଆରମ୍ଭ କରାଯାଇଥିଲା। ସୂଚନା ଅନୂଯାୟୀ, ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୨୪ଟି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଦଳର ସମୁଦାୟ ୨୫୦ ଜଣ ଖେଳାଳୀ ଏହି ଦୁଇଦିନିଆ କ୍ରୀଡ଼ା ସମ୍ମିଳନୀରେ ୨୦ ଟି ଖେଳ ଅନୁଷ୍ଠିତ ହେବ। ଦୌଡ, ସଟ୍ ପୁଟ୍, ହାଇଜମ୍ପ, ଲଙ୍ଗଜମ୍ପ, ଡିସକସ୍ ଥ୍ରୋ, ଜାଭଲିନ୍ ଥ୍ରୋ, ଟ୍ରିପଲ ଜମ୍ପ, ହର୍ଡଲ୍ ରେସ୍ ଓ ରିଲେ ରେସ୍ ଆଦି ଖେଳ ଖେଳାଯିବ।

Omkar Vasthu
Omkar Vasthu

ଏହି ଆଥଲେଟିକ ମିଟ୍ ରେ ଅଗରପଡା ମହାବିଦ୍ୟାଳୟ, ବି.ପି. ଡ଼ିଗ୍ରୀ ମହାବିଦ୍ୟାଳୟ, ବାଲିଆପାଳ କଲେଜ ଅଫ ଫିଜିକାଲ ଏଜୁକେସନ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଚାନ୍ଦବାଲି ମହାବିଦ୍ୟାଳୟ ,ଖଇରା ମହାବିଦ୍ୟାଳୟ ଓ ଅନ୍ଯାନ୍ଯ ମହାବିଦ୍ୟାଳୟର ଉଭୟ ବର୍ଗର ଖେଳାଳୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ଉତ୍ସବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା, ପି.ଇ.ଓ. ସଂଗ୍ରାମ ବିଶୋଇ ଓ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ହୋଇ ସମସ୍ତ ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ ଶୃଙ୍ଖଳାର ସହିତ ଖେଳିବାକୁ ଉପଦେଶ ଦେଇଥିଲେ। ଶୃଙ୍ଖଳାଗତ ଆଚରଣ ସହ ସୁସଂଗଠିତ ଭାବେ ଖେଳିବା ନେଇ ସାମୂହିକ ଶପଥପାଠ ମଧ୍ଯ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ କ୍ରୀଡ଼ା ପରିଷଦର ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.