ମାଁ ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣା: ସବୁ ଦିଗକୁ ନେଇ ପୋଲିସ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ -ଅବିନାଶ ଠାକୁର, ଛାତ୍ର ବିଜେଡ଼ି ରାଜ୍ଯ କାର୍ଯ୍ୟକାରୀ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲ ଠାରେ ଯୁକ୍ତ ୨ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଥୁଆମୂଳ ରାମପୁରର ବିରିକୋଟରେ ତାଙ୍କ ଘର। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଉପଖଣ୍ଡ ପୋଲିସ ଅଧିକାରୀ ଅଜିଙ୍କ୍ୟ ମାଣେଙ୍କୁ ସାକ୍ଷାତ କରି ଦାବି ଜଣାଯାଇଛି। ଏହା ସହିତ ବିଶ୍ବବିଦ୍ୟାଳୟ ଆଣ୍ଟି ରେଗିଂ ସେଲ କାଗଜ ପତ୍ରରେ ସିମୀତ ରହିଥିବା ଛାତ୍ର ବିଜେଡି ଅଭିଯୋଗ ଆଣିଛି। ଯାହା ଦ୍ବାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଚେତନତା ହ୍ରାସ ପାଉଛି। ପ୍ରଥମ କରି କଲେଜ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଠିକ୍ ଭାବରେ କାଉନସିଲିଂ ମଧ୍ୟ କରାଯାଉ ନାହିଁ। ଏପରିକି ଛାତ୍ରୀ ନିବାସ ଦାୟିତ୍ବରେ ଥିବା ଅଧିକାରୀ ମାନେ ପ୍ରତିଦିନ ଛାତ୍ରୀ ପ୍ରକୋଷ୍ଠକୁ ଯାଇ ପରିଦର୍ଶନ କରିବା ସହ ସେମାନଙ୍କ ସହ ସୁବିଧା ଅସୁବିଧା ଆଲୋଚନା ନ କରିବା ଦ୍ୱାରା ହଷ୍ଟେଲ ଛାତ୍ର ଛାତ୍ରୀ ମାନେ ଚାପଗ୍ରସ୍ଥ ହେଉଛନ୍ତି। ଛୋଟ ଛୋଟ ଘଟଣାରେ ସେମାନଙ୍କୁ ଗାଳି ଗୁଲଜ ସହିତ ଧମକ ଚମକ କରିବା ବି ଆତ୍ମହତ୍ୟାର ଅନ୍ୟ ଏକ କାରଣ ହୋଇପାରେ। ଏଣୁ ଘଟଣାର ସବୁ ଦିଗକୁ ନେଇ ପୋଲିସ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.