ପ୍ରତାପୁର ଆରଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ଉତ୍ସବ ପାଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତର ଆର.ଟି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଖେଳ ଶିକ୍ଷକ କାଳୁ ଚରଣ ମହାଙ୍କୁଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସ୍କୁଲ ଅଧ୍ୟକ୍ଷା ମିନାକ୍ଷୀ ନାୟକ ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଖେଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଉତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଏହି ଖେଳ କାର୍ଯ୍ୟକ୍ରମ ଚାଲିଥିଲା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଖେଳ ଯଥା ଦୌଡ଼କୁଦ, ଡିସ୍କସ ଥ୍ରୋ, ସଟପୁଟ, ଲମ୍ବଡିଅଁ,ଉଚ୍ଚଡିଆଁ, କବାଡ଼ି ଖୋଖୋ ଖେଳ ଅନୁଷ୍ଠିତ ହୋଇଥିଲା ଏହି ବାର୍ଷିକ କ୍ରୀଡା ଉତ୍ସବର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଅନିଲ କୁମାର ପଣ୍ଡା ଯୋଗ ଦେଇଥିଲା ବେଳେ ସମ୍ନାନୀତ ଅତିଥି ଭାବେ ସୀତାରାମ ପାଣିଗ୍ରାହୀ ଏବଂ ଅତିଥି ଭାବେ ଭାସ୍କର ବେହେରା,ଅନ୍ୟତମ ସମ୍ମାନିତ ଅତିଥି ବିନାୟକ ଆଚାର୍ଯ୍ୟ ଏନ ସି ସି ରେଡ଼କ୍ରସ ସ୍କାଉଟ ଗାଇଡ଼ କେ.ଗୁରୁମୂର୍ତ୍ତି ପ୍ରଧାନ,ବରିଷ୍ଟ ଶିକ୍ଷକ ନିହାର ରଞ୍ଜନ ଦାସ ପ୍ରଭୁତି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ, ପିଲାମାନେ ଏହି କାର୍ଯ୍ୟକ୍ରମ ରେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଦୁଇଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଶେଷ ଦିନରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ବଜାର ବ୍ରାଞ୍ଚ ଷ୍ଟେଟ ବ୍ୟାଙ୍କ ମେନେଜର ସିଲା ବେହେରା ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ,ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସାମିଲ ହୋଇ କ୍ରୀଡା ଉତ୍ସବ କୁ ସାଫଲ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.