ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସକ୍ଷମ ଓଡ଼ିଶା ଏବଂ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଆଲୋଚନା 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ମାର୍ଫତରେ ସକ୍ଷମ ଓଡ଼ିଶା ଏବଂ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ପ୍ରତିନିଧି ମଣ୍ଡଳୀ  ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ  ଆଲୋଚ଼ନା କରିଥିଲେ। ଏହି ଆଲୋଚ଼ନାରେ ସକ୍ଷମ ଓଡ଼ିଶା ସମ୍ପାଦିକା ଶ୍ରୀମତୀ ମନସ୍ମିତା ଜେନା, ଓଏସ୍ଇଏଫଡ଼ି ସଂଘ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା, ଯୁଗ୍ମ ସମ୍ପାଦକ ତଥା ସକ୍ଷମର ଧୀମହି ପ୍ରମୁଖ ଶ୍ରୀ ଆୟୁଷ୍ମାନ ଚୌଧୁରୀ, ନୟାଗଡ଼ ଜିଲ୍ଲା ସଭାପତି ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, କାର୍ଯ୍ୟକର୍ତ୍ତା ଅଭିଷେକ ଆଚ଼ାର୍ଯ୍ୟ ଓ ହିତେଶ କୁମାର ମହନ୍ତ ଉପସ୍ଥିତ ଥିଲେ। ମନ୍ତ୍ରୀ ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତର ସହ ବୁଝିବା ସହ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇ ସଂଘକୁ ବିସ୍ତୃତ ଆଲୋଚନା ପାଇଁ ତୁରନ୍ତ ଶିକ୍ଷା ବିଭାଗ ସଚିବଙ୍କୁ ପଠାଇଥିଲେ। ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଗଲେ ପ୍ରାୟ ୬୦୦୦ ସ୍ୱତନ୍ତ୍ର ଶିକ୍ଷକ ଆଶାୟୀ ନିଯୁକ୍ତି ପାଇବା ସହ ୧.୫ ଲକ୍ଷ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପାଇପାରିବେ ବୋଲି ସଂଘ ଦୃଢ ଉକ୍ତି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.