ରାଜେଶ୍ୱରୀ ସ୍ମାରକୀ ଫୁଟବଲ: ଟିକ୍ରାପଡ଼ା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ହାଇସ୍କୁଲ ପଡ଼ିଆରେ ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଅନୁଷ୍ଠିତ ରାଜେଶ୍ୱରୀ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚରେ କରେଲଧୁଆ ଦଳକୁ ୧-୦ ଗୋଲରେ ହରାଇ ଟିକ୍ରାପଡ଼ା ଦଳ ଚମ୍ପିୟାନ ହୋଇଥିଲା। ରାଧାକାନ୍ତ ବାଗଙ୍କୁ ଖେଳ ପରିଚାଳନାରେ ରାଜୀବ ଓ ଜନ୍ ସହାୟତା କରିଥିଲେ। କ୍ଷେତ୍ରପତି ଜାଲ, ଶେଷଦେବ ରଣା, ଗଣ୍ଡାରୁ ବୁଡ଼େକ ଧାରା ବିବରଣୀ ପ୍ରଦାନ କରିଥିଲେ। ଅକ୍ଷୟ ବାଗଙ୍କ ଅଧ୍ୟକ୍ଷତା ଓ ଟିକେଶ୍ୱର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବ୍ଲକ ବିଜେଡ଼ି ସଭାପତି ଟୁନୁ ରାଜପଲିଆ, ଯୁବନେତା ସୁବ୍ରତ ବେହେରା, ଯାଦବ ମହାସଭା ବ୍ଲକ ସଭାପତି ମନୋହର ବାଗ, ସଂକୀର୍ତ୍ତନ୍ୟ ଗୁରୁ ଟିକେଚନ ବାଗ, ସାମାଜିକ କର୍ମୀ ପ୍ରଦୀପ ବାଗ, ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ, ଶିସକେଲା ସମିତି ସଭ୍ୟ ଉମାକାନ୍ତ ରଣା, ପୂର୍ବତନ ଫୁଟବଲ ଖେଳାଳି ଓଁପ୍ରକାଶ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜ୍ୟୋତିରାଜ ବାଗ ଅତିଥି ପରିଚୟ ତଥା ଜୟମଣି ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ରାଧେଶ୍ୟାମ ବୁଡ଼େକ, ରୋହିତ ଭୋଇ, ଯତୀନ ବୁଡ଼େକ, ଶମସୁଦ୍ଦିନ ଖାନ୍, ସୁପେତ ବାଗ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.