ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ଧାନ ମଣ୍ଡି ଗୁଡିକ ଡିସେମ୍ବର ୫ ରୁ ୧୦ ମଧ୍ୟରେ ଆରମ୍ଭ ହୋଇଯାଇଥିବା ବେଳେ ଧାନ ଉଠିବା ପ୍ରକ୍ରିୟା ମଧ୍ୟ ଯୋର ଧରିଥିଲା। କେବଳ ୨ ରୁ ୫ ତାରିଖ ଟୋକନ ପାଇଥିବା ଚାଷୀଙ୍କ ଧାନ ଉଠିଛି କି ନାହିଁ ଲଘୁଚାପ ଜନିତ ବର୍ଷା କାରଣରୁ ମଣ୍ଡି ଗୁଡିକ ବନ୍ଦ ରହିଲା। ମଣ୍ଡି ଗୁଡ଼ିକରୁ ଶୀଘ୍ର ଶୀଘ୍ର ଧାନ ନଉଠିଲେ ଚାଷୀଙ୍କ ଟୋକନ ମଧ୍ୟ ଅକାମି ହୋଇପାରେ ବୋଲି ଏବେ ଚାଷୀ ମାନେ ଚିନ୍ତା ପ୍ରକଟ କଲେଣି। ଅନ୍ୟ ପକ୍ଷେ ଘରେ ଜାଗା ନଥିବାରୁ ଚାଷୀ ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ନିଜର ଧାନ ଗଣ୍ଡାକ ଶୁଖାଇ ଥିବା ସମୟରେ ଲଘୁଚାପ ଜନିତ ବର୍ଷା କାଳ ହେଲା। ଗୁରୁବାର ସନ୍ଧ୍ୟାରୁ ପାଗ କୋହଲା କରି ଝିପି ଝିପି ବର୍ଷା ବର୍ଷା ଆରମ୍ଭ ହେଲା କେତେକ ଛୋଟ ଚାଷୀ ପାଲ ବ୍ୟବସ୍ଥା କରି ଅଳ୍ପ କିଛି ଧାନକୁ ଘୋଡେ଼ଇ ପାରିଥିବା ବେଳେ ବାକି ଧାନ ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ଭିଜୁଥିବା ଦେଖିବାକୁ ମିଳୁଛି। କାହାର ଚୁନା ଧାନ ଭିଜୁଛି ତ କାହାର ବସ୍ତାରେ ଭରି ରଖିଥିବା ଧାନ ଭିଜୁଛି। ଲଘୁଚାପ ଜନିତ ବର୍ଷା ଭୟ ଙ୍ଘୁଞ୍ଚିବା ପର୍ୟ୍ୟନ୍ତ ଚାଷୀ ଧାନ ମଣ୍ଡିକୁ ନେବା ପାଇଁ ସାହସ କରି ପାରୁନି। ଏଭଳି ପରିସ୍ଥିତିରେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ଗଣ୍ଡାକ କେମିତି ସୁବିଧାରେ ବିକି ପାରିବ ସେଇ ଚିନ୍ତାରେ ଘାରି ହେଉଛି।