ଦୁର୍ଗତ ମାନବର ବନ୍ଧୁ ରାଜୀବ କୁମାର ଅଗ୍ରୱାଲ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମାଜର ଅବହେଳିତ ଓ ନିଷ୍ପେସିତଙ୍କ ଉତ୍ଥାନ ପାଇଁ ସଦା ତତ୍ପର କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବର୍ତ୍ତମାନ ପୁଣିଥରେ ମାନବିକତାର ନିଦର୍ଶନ ଦେଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡିଥିବା ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେ ନିଜ ଗାଡିରେ ନେଇ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ, ୨୬ ନମ୍ବର ଜାତୀୟ ରାଜପଥର ବଙ୍ଗୋମୁଣ୍ଡା ଛକ ନିକଟରେ ଶନିବାର ଏକ ଅଜଣା ଗାଡ଼ି ଧକ୍କା ଦେବାରୁ କୋକସରା ବ୍ଲକ ବଙ୍ଗୋମୁଣ୍ଡା କଲୋନି ପଡାର ରାଜୁ ନାଏକ ନାମକ ଜଣେ ୨୩ ବର୍ଷିୟ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଦେଖଣାହାରୀ ସାଜିଥିଲେ। ସେହି ସମୟରେ ଗମ୍ଭାରୀଗୁଡା ଧାନାମଣ୍ଡିରୁ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଆସୁଥିବା ବେଳେ ବଙ୍ଗୋମୁଣ୍ଡା ଛକ ନିଟକରେ ଲୋକଙ୍କ ଭିଡ଼ ଦେଖି ତାଙ୍କ ଗାଡ଼ି ଅଟକାଇ ଥିଲେ। ଏହାପରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକ ଛଟପଟ ହେଉଥିବା ଦେଖିବାକୁପାଇ ତୁରନ୍ତ ଉଦ୍ଧାର କରି ନିଜ ଗାଡ଼ି ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଆହତ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେତୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.