ଦେଓଗାଁରେ ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ ବ୍ୟବସ୍ଥାର ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ସ୍କୁଲ ଭିତରେ ପୁଲିସ ଗାଡି ଦେଖି ପିଲାଏ ଛାନିଆ। ଗାଡି ଭିତରୁ ବାହାରିଲେ ବରଦି ଧାରୀ ଛୋଟ ପୁଲିସ। ସବୁ ସ୍କୁଲ ପୋଷାକ ପିନ୍ଧି ଆସୁଥିବା ପିଲା ପୁଲିସ ଡ୍ରେସ ପିନ୍ଧି ଆସିଥିବାରୁ ପିଲାଏ ଯାଇଥିଲେ ଡରି। ଏମିତି କିଛି ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲାର ଦେଓଗାଁ ହାଇସ୍କୁଲରେ। ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟୁଡେଣ୍ଟ-ପୁଲିସ ବାହିନୀକୁ ଶୁଭାରମ୍ଭ କରିଛନ୍ତି ଦେଓଗାଁ ଥାନା ବାବୁ ବୁଲୁ ମୁଣ୍ଡା। ଏଣିକି ଥାନାରେ ଆଉ କମ ହେବନି ପୁଲିସ କର୍ମଚାରୀ। ଭିଡ଼ ନିୟନ୍ତ୍ରଣ ପାଇଁ ଆସିବେ ଏସପିସି ପ୍ରତି ହାଇସ୍କୁଲରେ ଗଠନ ହେବ ଶିକ୍ଷାର୍ଥୀ-ପୁଲିସ ବାହିନୀ ବୋଲି ସୂଚନା ଦେଇଥିଲେ ଥାନା ବାବୁ। ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ସଭାଗୃହରେ ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଏଏସଆଇ ମନୋଜ ମିଶ୍ର, ଶିକ୍ଷା ପରିଚାଳନା ସମିତି ସଭ୍ୟ ଭକ୍ତ ଚରଣ ସାହୁ, ଆଳୁମିନୀ ସଭାପତି ବସନ୍ତ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥିମାନେ ପୁଲିସ ସହ ସାଧାରଣ ଲୋକଙ୍କ ବିଶ୍ବାସ ଜନ୍ମାଇବା ପାଇଁ ଛାତ୍ର, ଛାତ୍ରୀଙ୍କୁ ପୋଲିସ ସେବା ଉପରେ ତାଲିମ ଦେବା ସହ ଛାତ୍ର, ଛାତ୍ରୀମାନେ କିପରି ଶୃଙ୍ଖଳିତ ସମାଜ ଗଠନ କରିବେ ସେଥିପ୍ରତି ଆଗ୍ରହ ଜନ୍ମାଇବା ପାଇଁ କେନ୍ଦ୍ର ସରକାରଙ୍କ ଅଭିନବ ଉପାୟ ବୋଲି କହିଥିଲେ। ସ୍କୁଲର ୧୧ଜଣ ବାଳକ ଓ ୧୧ଜଣ ବାଳିକା ମୋଟ ୨୨ଜଣ ଛାତ୍ର, ଛାତ୍ରୀଙ୍କୁ ପୁଲିସ ପୋଷାକରେ ଆସି ସ୍କୁଲରେ ପୁଲିସ ଭଳି ସପ୍ତାହକୁ ଦୁଇ ଦିନ କାର୍ଯ୍ୟ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.