ଶୋଭା କେୟାର ହସ୍ପିଟାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ

ମହନ୍ତ ବଂଶୀଧର ଦାଶ କଲେ ଉଦ୍ଘାଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଶୋଭା କେୟାର ହସ୍ପିଟାଲ ସୋନପୁର ପକ୍ଷରୁ ସର୍ବସଧାରଣ ରୋଗୀ ସେବା ପାଇଁ ଏକ ନୂତନ ଆମ୍ବୁଲାନ୍ସ ର ଶୁଭାରମ୍ଭ କରଯାଇଛି l ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯାଇ ଏହି ନୂତନ ଆମ୍ବୁଲାନ୍ସର ଶୁଭ ଉଦ୍ଘାଟନ କରଯାଇଛି l ପୁରୀ ଶ୍ରୀ ରାମଜୀ ମଠର ମହନ୍ତ ଶ୍ରୀ ବଂଶୀଧର ଦାଶଜୀ ମହାରାଜ ଏହାକୁ ଶୁଭ ଉଦ୍ଘାଟନ କରି ଶୁଭ କାମନା ଜଣାଇଥିଲେ l ଆଜି ଶୋଭା କେୟାର ହସ୍ପିଟାଲ ର ଜଣେ ରୋଗୀ କଲଦାର ନାଗ ସୁସ୍ଥ ହେବା ପରେ ଏହି ଆମ୍ବୁଲାନ୍ସ ଦ୍ୱାରା ଖୁବ୍ ସ୍ୱଳ୍ପ ମୁଲ୍ୟରେ ନିଜ ଗାଁ ବଲାଡିକୁ ପହଞ୍ଚାଇ ନୂତନ ଆମ୍ବୁଲାନ୍ସରେ ପ୍ରଥମ କରି ଆଜି ଏହି ରୋଗୀ ସେବା ପ୍ରଦାନ କରାଯାଇଥିବାରୁ ରୋଗୀ ପରିବାର ପକ୍ଷରୁ ଖୁବ୍ ପ୍ରଶଂସା କରିଛନ୍ତି l ଶୋଭା କେୟାର ହସ୍ପିଟାଲ ର ଏମଡି ସୁବାଷ ପଣ୍ଡା ଓ ସଞ୍ଜୟ ବଡପଣ୍ଡା ଙ୍କ ପିତା ସ୍ବର୍ଗତ ଭିକାରୀ ପଣ୍ଡା ଓ ସ୍ୱର୍ଗତ ରମେଶ ବଡପଣ୍ଡା ଙ୍କ ସ୍ମୁତିରେ ସର୍ବ ସଧାରଣ ରୋଗୀଙ୍କ ସେବା ପାଇଁ ଏହି ଆମ୍ବୁଲାନ୍ସ କୁ ଶୁଭାରମ୍ଭ କରାଯାଇଛି l ଏହି ଉଦ୍ଘାଟନ ବେଳେ ଶ୍ରୀ ପଣ୍ଡାଙ୍କ ମାତା ମୋହିନୀ ପଣ୍ଡା ଓ ଧର୍ମ ପତ୍ନୀ ବିଶ୍ବ ରାଣୀ ମହାପାତ୍ର, ଶ୍ରୀ ବଡପଣ୍ଡାଙ୍କ ମାତା ଆରତୀ ବଡ ପଣ୍ଡା ଓ ବଡପଣ୍ଡା ଙ୍କ ଧର୍ମ ପତ୍ନୀ ଦୀପ୍ତିମୟୀ ବଡପଣ୍ଡା ଙ୍କ ସମେତ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ସଭାପତି ଗୋପାଳ ନେଗି, ସମାଜସେବୀ ବୈକୁଣ୍ଠ ଶତପଥି, ମନୋଜ୍ ପଣ୍ଡା, ମନୋରଞ୍ଜନ ତ୍ରିପାଠୀ, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ ଓ ଶୋଭା କେୟାର ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.