ଟଙ୍କା ଫେରସ୍ତ କରିବା ସତ୍ୱେ ଗାଈ ଫେରି ପାଉନାହାନ୍ତି ମଧୁସୁଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ଟଙ୍କା ଫେରେଇ ଦେଇଥିବା ସତ୍ୱେ ନିଜ ଗାଈ ଫେରି ପାଉନଥିବା ଗତ ୪/୧ ରେ ଅଭିଯୋଗ କରିଥିଲେ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ରାମଚନ୍ଦ୍ର ପୁରର ମଧୁସୁଦନ ସାହୁ । ନର୍ଲା ବ୍ଲକ ଅଧିନସ୍ଥ ଜୁର୍କାଭଟା ଗ୍ରାମର ନିଜ ସମ୍ପର୍କିୟ(ଭଣଜା) ଅଚ୍ୟୁତ ସାହୁଙ୍କୁ ଗତ ୬ ମାସ ତଳେ ଅର୍ଥାତ ଜୁନ ମାସରେ ଟଙ୍କାର ଅତ୍ୟାବଶ୍ୟକ ହେତୁ ଦୁଇଗୋଟି ଗର୍ଭିଣୀ ଗାଈ ଓ ଗୋଟିଏ ମାଇ ବାଛୁରୀ ୪୮,୦୦୦ ଟଙ୍କାରେ ବିକ୍ରୟ କରିଥିଲେ ମଧୁସୂଦନ ସାହୁ । ହେଲେ ଅଚ୍ୟୁତ ଗାଈ କିଣିବା ବେଳେ ୨୦,୦୦୦ ଟଙ୍କା ଅଗ୍ରୀମ ଦେଇ ବାକି ୨୮,୦୦୦ ଟଙ୍କା କିଛିଦିନ ପରେ ଦେବି ବୋଲି ଜବାବ କରିଥିଲେ । ହେଲେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ଚାଲିଥିଲେ ମଧ୍ୟ ବକେୟା ଟଙ୍କା ପଇଠ ନକରିବାରୁ ଟଙ୍କା ନଦେଲେ ନାହିଁ ମୋର ଗାଈ ପେରସ୍ତ କରିଦିଅ ବୋଲି ଅଚ୍ୟୁତକୁ କହିଥିଲେ ମଧୁସୁଦନ । ଇତି ମଧ୍ୟରେ ଗାଇ ଦୁଇଟି ଛୁଆ ଦେଇ ସାରିଥିଲେ ଏବଂ ଗାଇ କ୍ଷୀରର ସଦବିନିଯୋଗ ମଧ୍ୟ କରିଥିଲେ ଅଚ୍ୟୁତ । ପୁଣି ଅଚ୍ୟୁତଙ୍କୁ ବକେୟା ଟଙ୍କା ମାଗିବାରୁ ଗତ ଦୁଇମାସ ତଳେ ଅର୍ଥାତ ନଭେମ୍ବର ମାସରେ ଗୋଟିଏ ଗାଈ ଏବଂ ବାଛୁରୀ ମଧୁସୁଦନକୁ ଫେରସ୍ତ କରିଦେଇ ମୋର ଦେଇଥିବା ୨୦,୦୦୦ ଟଙ୍କା ଦେଇକି ତୋର ଆଉ ଗୋଟିଏ ଗାଈ ନେଇଯା ବୋଲି କହିବାରୁ ମଧୁସୁଦନ ନର୍ଲା ଥାନାରେ ଲିଖିତ ଭାବରେ ଜଣାଇଥିଲେ । ନର୍ଲା ଥାନା ଏଏସଆଇ ଶମ୍ଭୁନାଥ ଠାକୁର ଉଭୟ ପକ୍ଷକୁ ଡାକି ମଧୁସୁଦନ ୧୫,୦୦୦ ଟଙ୍କା ଫେରସ୍ତ କରି ନିଜ ଗାଈ ନେଇଯାଆନ୍ତୁ ବୋଲି ଉଭୟ ପକ୍ଷ ଓ ସାକ୍ଷ ଚୁଡାମଣି ସାହୁ, ଧନୁର୍ଯ୍ୟ ସାହୁ, ରାଜକୁମାର ହରିଜନ ପ୍ରମୁଖ ସାକ୍ଷ୍ୟ ମାନଙ୍କ ସ୍ୱାକ୍ଷର ସମ୍ବଳିତ ଏକ ରାଜିନାମା ଶନିବାର ୪/୧ ରେ ଲେଖାଇଥିଲେ । ଜବାବ ଅନୁଯାୟୀ ମଧୁସୁଦନ ଅଚ୍ୟୁତଙ୍କୁ ୧୫,୦୦୦ ଟଙ୍କା ଫେରାଇ ସାରିଛନ୍ତି । ହେଲେ ଏସଆଇ ଶ୍ରୀ ଠାକୁର ବାରମ୍ବାର ଫୋନ କରି ମଧୁସୁଦନଙ୍କୁ ଆହୁରି ୫,୦୦୦ ଟଙ୍କା ନେଇକି ଆସିଲେ ତୋର ଗାଈ ପାଇବୁ ବୋଲି କହୁଥିବା ମଧୁ ଅଭିଯୋଗ କରିଛନ୍ତି । ଜବାବ ମୁତାବକ, ଲିଖିତ ରାଜିନାମା ଅନୁଯାୟୀ ମୁଁ ତ ୧୫,୦୦୦ ଟଙ୍କା ଫେରସ୍ତ କରିଦେଇଛି । ହେଲେ ମୋର ଗାଈ ପାଇବାରେ ନର୍ଲା ପୋଲିସ କାହିଁକି ହଇରାଣ ହରକତ କରୁଛି? ନ୍ୟାୟ ପ୍ରଦାନ ବଦଳରେ ଏସଆଇ ଠାକୁର ବାବୁ ମୋତେ ପୁଣି ୫,୦୦୦ ଟଙ୍କା ମାଗି ହଇରାଣ କରୁଛନ୍ତି । ବୁଝାମଣା ପାଇଁ ଲେଖାପଢ଼ା ସାରି ଟଙ୍କା ଫେରସ୍ତ କରି ସାରିଥିଲେ ମଧ୍ୟ ମୁଁ ଗାଈ ପାଇପାରୁ ନାହିଁ । ନ୍ୟାୟ ପାଇଁ ମୁଁ ବାଧ୍ୟ ହୋଇ ଏସପି ମହୋଦୟଙ୍କ ଦ୍ୱାରସ୍ଥ ହେବି । ଦରକାର ପଡିଲେ ପରିବାରକୁ ନେଇ ଧାରଣାରେ ବସିବି ବୋଲି ସେ କହିଛନ୍ତି । ଏବିଷୟରେ ପୋଲିସ ଏସଆଇ ଶ୍ରୀ ଠାକୁରଙ୍କ ମତାମତ ଜାଣିବାକୁ ଚାହିଁବାରୁ ଶ୍ରୀ ଠାକୁର କହିଲେ ପ୍ରକୃତରେ ୨୦,୦୦୦ ଟଙ୍କା ଫେରାଇବା କଥା । ଆଉ ୫,୦୦୦ ଟଙ୍କା ମଧୁ ଦେଇକି ତାର ଗାଈ ନେଇଯାଇ ପାରିବ‌ । ମୁଁ ମଧୁସୂଦନଙ୍କୁ ଫୋନ କରୁଥିଲେ ମଧ୍ଯ ସେ ଫୋନ ଉଠାଉନାହିଁ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.