କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ିର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ପାଇଁ ଆଜି ଠାରୁ ବିଧି ବଦ୍ଧ ଭାବରେ ପ୍ରଚାର ପ୍ରସାର କାର୍ଯ୍ୟର ଶୁଭାରମ୍ଭ ହୋଇଛି । ମା ଭଣ୍ଡାର ଘରଣୀଙ୍କ ପୂଜାର୍ଚ୍ଚନା ପରେ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ଉପସଭାପତି ବୈଦ୍ୟନାଥ ବେହେରା, କ୍ରିଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଫାଇନାନ୍ସ କମିଟି ଉପାଧ୍ୟକ୍ଷ ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଇଙ୍ଗିତ କୁମାର ପଣ୍ଡା, ଗ୍ରୀନ ରୁମ କମିଟି ଉପସଭାପତି ବିଦ୍ୟାଧର ସାହୁଙ୍କ ସମେତ ସମସ୍ତ ସାମ୍ୱାଦିକ ଓ ପ୍ରଚାର ପ୍ରସାର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୫, ୧୬ ଓ ୧୭ ତାରିଖ ତିନିଦିନ ଧରି ସ୍ଥାନୀୟ ଖେଳ ପଡିଆ ଠାରେ ଉତ୍ସବ ଆୟୋଜିତ ହେବ । ବିଭିନ୍ନ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଷ୍ଟାର ନାଇଟ ପ୍ରୋଗ୍ରାମରେ ପ୍ରଥମ ରଜନୀରେ ସର୍ବେଶ୍ଵର ଭୋଇ ଓ ସାଥୀ, ଦ୍ୱିତୀୟ ରଜନୀରେ ଭୁବନେଶ୍ୱରର ବିଷ୍ଣୁ ମୋହନ କବି ଓ ସୌରଭ ନାୟକ ଏଵଂ ଶେଷ ରଜନୀ ରେ ଅସୀମା ପଣ୍ଡା ଓ ସାଥୀ କଳାକାର ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହି ପରି ବ୍ୟାଡମିଣ୍ଟନ, ଭଲିବଲ୍, ପ୍ରଦର୍ଶନୀ କ୍ରିକେଟ ମ୍ୟାଚ (ପୁରୁଷ ଓ ମହିଳା), ଭାର ଉତ୍ତୋଳନ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, କବାଡି, ଯୋଗ, ହାଣ୍ଡି ଫଟା, ସମେତ ମହିଳା ମାନଙ୍କ ଶଙ୍ଖ ଫୁଙ୍କା, ହୁଳହୁଳି, ଝୋଟି, ରଙ୍ଗୋଲି, ମେହେନ୍ଦି, ସିଲେଇ, ରୋଷେଇ ଆଦି ପ୍ରତିଯୋଗିତା ମାନ ଆୟୋଜିତ ହେବ ବୋଲି ଅଧକ୍ଷ ଶ୍ରୀ ଜାଲ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.