ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅଂଚଳର ଜନସାଧାରଣ ନବୀନ ଛକ ନିକଟରେ ଥିବା ସାହାରା କାର୍ଯ୍ୟାଳୟକୁ ଯାଇ ଜମା କରିଥିବା ଟଙ୍କା ଫେରସ୍ତ କରିବା ଦାବୀରେ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦୁଇ ଜଣ ଏଜେଟ ଙ୍କ ନାମରେ ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ସୂଚନାମତେ ସଇଁତଲା ନବୀନ ଛକଠାରେ ସାହାରା ଇଣ୍ଡିଆ ପରିବାରର ଏକ କାର୍ଯ୍ୟାଳୟ ରହିଅଛି । ଉକ୍ତ କାର୍ଯ୍ୟାଳୟ ତରଫରୁ ଅଂଚଳର ବହୁ ଲୋକଙ୍କୁ ଏଜେଟ ଭାବରେ ନିଯୁକ୍ତି ଦିଆଯାଇଥଲା । ଏଜେଟମାନେ ସଇଁତଲା ସହରରେ ଥିବା ଦୋକାନ ବଜାର ବୁଲି ବୁଲି ଟଙ୍କା ଅସୁଲି କରି କାର୍ଯ୍ୟାଳୟରେ ଜମା କରୁଥିଲେ । ସାହାରା ଇଣ୍ଡିଆ ପରିବାର ନାମରେ ମାମଲା ରୁଜୁ ହେବାପରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଅନଲାଇନ ଜରିଆରେ ଆବେଦନ କରିବାକୁ କୁହାଯାଇଥିଲା । ଅଞ୍ଚଳ ର ବହୁ ହିତାଧୁକାରୀ ସେମାନଙ୍କ ଜମା ଟଙ୍ଗା ଫେରସ୍ତ ପାଇବା ପାଇଁ ଅନଲାଇନ ଜରିଆରେ ଆବେଦନ କରିଥିଲେ । କିନ୍ତୁ ଅଦ୍ୟାବଧ ବହୁ ଜମାକାରୀ ଟଙ୍କା ଫେରସ୍ତ ପାଇପାରି ନାହାଁନ୍ତି । ଯାହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ସଇଁତଲା ନବୀନ ଛଜଠାରେ ଥିବା ସାହାରା କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଥବାରୁ ଜମାକାରୀ ମାନେ ଅସୁବିଧାର ସମ୍ମୁଖନ ହେଉଛନ୍ତି । ଶୁକ୍ରବାର ଦିନ ଅପରାହ୍ଣ ୧୧ ଟା ସମୟରେ ସଇଁତଲା ଅଂଚଳର କିଛି ଜମାକାରୀ ସାହାରା କାର୍ଯ୍ୟାଳୟକୁ ଆସି ଏକ ବର୍ଷରୁ ଅଧିକ ସମୟ ହେବ ଆମ୍ଭେ ଅନଲାଇନ ଆବେଦନ କରିବାପରେ ମଧ୍ୟ ଆମ ଜମା ଟଙ୍ଗା କେଉଁ କାରଣକୁ ଆସିନାହିଁ ବୋଲି ଉପସ୍ଥିତ କର୍ମଚାରୀଙ୍କୁ ପଚାରିଥିଲେ । କର୍ମଚାରୀ ଜଣକ ଏଠାରେ ଆଉ ସାହାରାର ଜାର୍ଯ୍ୟାଳୟ ନାହିଁ, ଆମେ ବେ-ସରକାରୀ ସ୍ତରରେ ଆମ୍ଭେ ଅନଲାଇନ କରିବାକୁ କାର୍ଯ୍ୟାଳୟ ଖୋଲିଥିବା କହିଥଲେ । ସେହିପରି ଦୁଇଜଣ ଏଜେଟ ଛବିଲାଲ ସାହୁ ଏବଂ ରମେଶ ଭାଟି ଜମାକାରୀଙ୍କଠାରୁ ଟଙ୍ଗା ଆଣିଥିବାବେଳେ ସେମାନେ ଜମାକାରୀଙ୍କ ଖାତାରେ ଟଙ୍ଗା ଜମା କରିନଥିବା କିଛି ଜମାକାରୀ ଅଭିଯୋଗ କରିବା ସହ ସଇଁତଲା ଥାନାରେ ଦୁଇ ଏଜେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ।