ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଉତ୍କଳ ବାଳାଶ୍ରମ ପରିସରରେ ଆଇଏସଆରଡି: ଅନ୍ତର୍ଗତ “ସଖୀ ୱାନ ଷ୍ଟପ ସେଣ୍ଟର” , ଗଜପତି ତରଫରୁ “ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି |

ଉକ୍ତ କାର୍ଯ୍ୟ କ୍ରମରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ କୁମାର ପଣ୍ଡା ଯୋଗଦେଇ ଉଠ , ଜାଗ୍ରତ ହୁଅ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଚେଷ୍ଠା ଜାରୀ ରଖିବା ପାଇଁ ଅବଗତ କରାଇବା ସହ ଇଚ୍ଛା ଥିଲେ ବଳ ଆପେ ଆପେ ଆସେ ବୋଲି ବିଭିନ୍ନ ଉଦାହରଣ ଦେଇ ସଚେତନ କରାଇ ଥିଲେ ।

ସମ୍ମାନୀତ ଅତିଥି ଭାବରେ ଓଏଲଏମ ସ୍ଵୟଂ ପ୍ରକଳ୍ପର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଏହି ଦିବସ ପାଳନ ର ଲକ୍ଷ ଓ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀଏହି ଦିବସ ପାଳନ ଆଭିମୁଖ୍ୟ ସମ୍ପର୍କରେ କହି ଯୁବ ସମାଜ ଆଗକୁ ଗଲେ ଯାଇ ରାଷ୍ଟ୍ରର ଉନ୍ନତି ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଜିଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡକ୍ଟର ଗୁଣନିଧି ନାୟକ ଯୁବ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷ୍ୟା ର ଭୂମିକା ଅତି ଗୁରୁତ୍ଵପୁର୍ଣ ବୋଲି କହିଥିଲେ । ଏହି ଦିବସ ପାଳନ ଅବସରରେ ଯୁବ ପିଢୀଙ୍କୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା । ପରେ ଏହି କାର୍ଯକ୍ରମ ଉପଲକ୍ଷେ ସ୍ଲୋଗାନ ଦେଇ ଏହି ଦିବସର ଲକ୍ଷ କୁ ପ୍ରତିପାଦନ କରାଇ ଏକ ହ୍ୟୁମାନ ଚେନ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ଏମ: ସୃତି ଏବଂ ସମସ୍ତ କର୍ମଚାରି ଉପସ୍ଥିତ ରହି ସହଯୋଗ କରି ଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର , ନିରୂପମା ରାଉଳ , ଏନ: ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ | ପରିଶେଷରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.